Home ଓଡ଼ିଶା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର – ଚାରି ଗିରଫ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର – ଚାରି ଗିରଫ

204

ବାରିପଦା ୨୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବାରିପଦା ବନଖଣ୍ଡ ବିଭାଗ ଦ୍ଵାରା କୁଳିଅଣା ନିକଟସ୍ଥ ଏକ ଢାବାରେ ଡିଲ ଚାଲିଥିବା ସମୟରେ ଚଢ଼ାଉ କରାଯାଇ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଏହି ଘଟଣାରେ ୪ ଜଣ ଗିରଫ ହେବା ସହ ଏକ ବୋଲେର ଓ ଏକ କାର ଜବତ। ଗିରଫ ଅଭିଯୁକ୍ତମାନେ ହେଲେ ସାରସକଣା ଅଞ୍ଚଳର ପ୍ରେମ ଖାଲା ମୁର୍ମୁ, ଗୋରୁମହିଷାଣି ଅଞ୍ଚଳର କୃଷ୍ଣଚନ୍ଦ୍ର ହାଁସଦା ଓ ବାଦାମପାହାଡ଼ ଅଞ୍ଚଳର ଶରତ କୁମାର ମହାନ୍ତ ଓ ପ୍ରଦୀପ କୁମାର ମହାକୁଡ଼। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତି କରି ବାରିପଦା ବନଖଣ୍ଡ ପକ୍ଷରୁ ବନବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇ ଜୀବନ୍ତ ଅବସ୍ଥାରେ ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.