Home ଅନୁଗୁଳ ଜୀବନସାଥୀ ଫାଉଣ୍ଡେସନ ଏବଂ ମା କାଳୀ ୟୁଥ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର 

ଜୀବନସାଥୀ ଫାଉଣ୍ଡେସନ ଏବଂ ମା କାଳୀ ୟୁଥ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର 

196

ଅନୁଗୋଳ,୧୯/୮ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଏବେ ଚାରିଆଡ଼େ ରକ୍ତ ସଙ୍କଟ ଦେଖାଦେଇଛି l ଏହି ପରିପ୍ରେକ୍ଷୀରେ ମା କାଳୀ ୟୁଥ୍ କ୍ଲବ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ ସାଥୀ ଫାଉଣ୍ଡେସନ ର ମିଳିତ ଅନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଚାଙ୍ଗୁଡିଆ ସ୍ଥିତ ମା କାଳୀ ମଣ୍ଡପ ପରିସରରେ ଅନୁଷ୍ଟିତ ହୋଇଯାଇଛି l ଜୀବନ ସାଥୀ ଫାଉଣ୍ଡେସନର ସଭାପତି ଯୋଗେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଛେଣ୍ଡିପଦା ଥାନାର ଏସଆଇ ସଂଘମିତ୍ରା ଶତପଥୀ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଚଗୁଡ଼ିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ନନ୍ଦିନୀ ସାହୁ,ମା କାଳୀ ୟୁଥ୍ କ୍ଲବ ର ସଭାପତି ବସନ୍ତ କୁମାର ମାଝି,ସହଯୋଗୀ ମୁନା ସାହୁ,ମାମଲା ଭୋଈ,ବସନ୍ତ କୁମାର ମାଝି,ଟୁନା ଭୋଈ, ଦୀପକ କୁମାର ସାହୁ,ରାମଚନ୍ଦ୍ର ସାହୁ,ଚତ୍ରୁଭୂଜ ପ୍ରଧାନ,ଶିବାନନ୍ଦ ମାଝୀ,ହିମାଂଶୁ ପ୍ରଧାନ,ସୋମନାଥ ପ୍ରଧାନ,ଶ୍ରୀଦ୍ଧାତ ସାହୁ, କୋଭିଡ-୧୯ ନିୟମାବଳୀକୁ ପାଳନ କରାଯାଇ ଆଗ୍ରହୀ ବ୍ୟକ୍ତିମାନଙ୍କ ଠାରୁ ରକ୍ତ ସଂଗୃହିତ ହୋଇଥିଲା l ତାଳଚେର ରକ୍ତ ଭଣ୍ଡାର ଅଧିକାରୀ ଡ଼. କରୁଣାରାମ ମହନ୍ତଙ୍କ ସମେତ ଲକ୍ଷଣ ସାହୁ,ପ୍ରଶ୍ନ ସାହୁ,ବିଜୟଲଷ୍ମୀ ନାୟକ ସତ୍ୟବ୍ରତ ସାହୁ,ଚନ୍ଦ୍ରମଣି ନାୟକ,ରାଜ କିଶୋର ପ୍ରଧାନ ଏବଂ କର୍ମଚାରୀଙ୍କ ସହାୟତାରେ ମୋଟ ୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଜୀବନ ସାଥୀ ଫାଉଣ୍ଡେସନ ଓ ମା କାଳୀ ୟୁଥ୍ କ୍ଲବର କାର୍ଯ୍ୟକର୍ତ୍ତା ଶିବିର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.