Home ଜିଲ୍ଲା ପରିକ୍ରମା ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବଜନତା ଦଳପକ୍ଷରୁ ରକ୍ତଦାନ ଶିବିର

ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବଜନତା ଦଳପକ୍ଷରୁ ରକ୍ତଦାନ ଶିବିର

32

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ସପ୍ତାଘର ଠାରେ ଧାମନଗର ବ୍ଲକ ବିଜୁ ଯୁବଜନାତଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି,ପୂର୍ବତନ ସରପଂଚ ସୁବାଶ ମହାକୁଡ଼, ଚନ୍ଦ୍ରମଣୀ ବେହେରା, ବିଜେଡ଼ି ଜିଲ୍ଲା ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା, ଧାମନଗର ନଗରସଭାପତି ସୁଶାନ୍ତ କୁମାର ରାଉତ, ବିଜୁଛାତ୍ର ଜନତାଦଳର ସଭାପତି ତୁସାରକାନ୍ତ ମହାପାତ୍ର, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କହିଥିଲେ । ଏହି ଅବସରରେ ୭୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକୁ ବିଜୁ ଯୁବ ଜନତାଦଳର ବ୍ଲକସଭାପତି ଭାରତବିଜୟ ଦଳାଇ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବ ଉପସଭାପତି ରାକେଶ ପତି, ରବିନ୍ଦ୍ର ମହାକୁଡ଼, ଅଜିତ ଦାସ, ଦୀପକ ସେନ୍‌, ଅକ୍ଷୟ କୁମାର ଦାସ, ଧନେଶ୍ୱର ଦାସ, ଶିଶିର ରଂଜନ ଦାସ, ବିକାଶ ପତି, ଦୀପକ ମହାପାତ୍ର, ସୁନିଲ ଦାସ, ବିକାଶ ସାହୁ, ତପନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.