Home ଓଡ଼ିଶା ଗର୍ଭ ଗୃହ ମୁଖର କର୍କଟ ରୋଗକୁ ଦୂର କରିବା ପ୍ରକ୍ରିୟାରେ ଏମ୍‌ସ ଭୁବନେଶ୍ବରର ସକ୍ରିୟ ସହଭାଗିତା,...

ଗର୍ଭ ଗୃହ ମୁଖର କର୍କଟ ରୋଗକୁ ଦୂର କରିବା ପ୍ରକ୍ରିୟାରେ ଏମ୍‌ସ ଭୁବନେଶ୍ବରର ସକ୍ରିୟ ସହଭାଗିତା, ବିପିଏଲ ଶ୍ରେଣୀର ମହିଳାଙ୍କୁ ଏମ୍‌ସ ଭୁବନେଶ୍ବରରେ ମାଗଣା ସ୍କ୍ରିନିଂ

42

– ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ପକ୍ଷରୁ ରୋଗୀଙ୍କ ମଧ୍ୟରେ ସଚେତନତା, ସେମାନଙ୍କର ଝିଅଙ୍କୁ ଏଚ୍‌ପିଭି ଟିକା ଦେବାକୁ ପରାମର୍ଶ

ଭୁବନେଶ୍ବର, ୧୮/୧୧ (ଓଡ଼ିଆ ପୁଅ) : ଗର୍ଭ ଗୃହ କର୍କଟ (ସର୍ଭିକାଲ କ୍ୟାନ୍‌ସର) ରୋଗ ହେଉଛି ଏକମାତ୍ର କର୍କଟ ରୋଗ ଯାହାକି ଟୀକାକରଣ ଏବଂ ଶୀଘ୍ର ଚିହ୍ନଟ ଦ୍ବାରା ଭଲ ହୋଇପାରିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌) ୨୦୩୦ ସୁଦ୍ଧା ଏହି କର୍କଟ ରୋଗକୁ ଦୂରୀକରଣ ନିମନ୍ତେ ଗତବର୍ଷ ନଭେମ୍ବର ୧୭ରେ ସମଗ୍ର ବିଶ୍ବ ସମୂଦାୟକୁ ଆହ୍ବାନ ଦେଇଥିଲା। ଏମ୍‌ସ ଭୁବନେଶ୍ବର ଏହି ଆହ୍ବାନକୁ ଗ୍ରହଣ କରିବା ସହିତ ସର୍ଭିକାଲ୍‌କ୍ୟାନ୍‌ସରକୁ ଦୂରୀକରଣ ପ୍ରକ୍ରିୟାରେ ସକ୍ରିୟ ସହ‌ଯୋଗ ଜାରି ରଖିଛି। ଚଳିତ ବର୍ଷ ଏମ୍‌ସ ଭୁବନେଶ୍ବରର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ପକ୍ଷରୁ ବିଭାଗ ଏବଂ ହସ୍‌ପିଟାଲରେ ଥିବା ମହିଳାମାନଙ୍କୁ ଏନେଇ ସଚେତନ କରାଯାଇଥିଲା। ସର୍ଭିକାଲ୍‌କର୍କଟର କାରଣ, ନିରାକରଣ ସହିତ କେଉଁମାନେ ଏବଂ କିପରି ଏହା ବ୍ୟାପିଥାଏ ତାହା ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏଥିସହିତ ସେମାନଙ୍କର ଝିଅ ମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ପ୍ରାଥମିକ ସୁରକ୍ଷା ସ୍ବରୂପ ହ୍ୟୁମାନ ପାପିଲୋମା ଭାଇରସ୍(ଏଚ୍‌ପିଭି) ଟିକା ଦେବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ୨ୟ ପର୍ଯ୍ୟାୟ ସୁରକ୍ଷା ପାଇଁ ପର୍ଯ୍ୟାୟବ୍ୟାପି ସର୍ଭିକାଲ୍‌କ୍ୟାନ୍‌ସର ସ୍କ୍ରିନିଂ କରିବାକୁ ସଚେତନ କରାଯାଇଥିଲା। ପାପ୍‌ସ୍ମିୟର୍‌ସ, ଲିକ୍ୟୁଡି‌ବେସ୍‌ଡ ପାପ୍‌, ଭିଆଇଏ, ଭିଆଇଏଲଆଇ ଏବଂ ଏଚ୍‌ପିଭି ପଦ୍ଧତିରେ ପରୀକ୍ଷା ହୋଇଥାଏ।

୧୫ ବର୍ଷ ସୁଦ୍ଧା କିଶୋରୀମାନଙ୍କୁ ଟିକା ପ୍ରଦାନ, ୩୫-୪୫ ବର୍ଷର ମହିଳାଙ୍କୁ ସ୍କ୍ରିନିଂ ଏବଂ ୯୦ ପ୍ରତିଶତରୁ ଊର୍ଧ୍ବ ମହିଳାଙ୍କୁ ଚିକିତ୍ସା ପ୍ରଦାନ ପୂର୍ବକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁସାରେ ଏମ୍‌ସ ଭୁବନେଶ୍ବରର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ଚିକିତ୍ସା କରିବାକୁ ଶପଥ ନିଆଯାଇଥିଲା। ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ତଥା ଦେଶର ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ଡ. ବି ଗୀତାଞ୍ଜଳିଙ୍କ ‌ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏଠାରେ ବିପିଏଲ୍‌ଶ୍ରେଣୀର ମହିଳାଙ୍କୁ ସପ୍ତାହର ପ୍ରତି ସୋମବାରରୁ ଶନିବାର ମାଗଣାରେ ସର୍ଭିକାଲ୍‌କର୍କଟ ରୋଗ ନିରୂପଣ ନିମନ୍ତେ ସ୍କ୍ରିନିଂ କରାଯାଉଛି। ଅନ୍ୟାନ୍ୟା ଶ୍ରେଣୀର ରୋଗୀଙ୍କୁ ମଧ୍ୟ ସ୍ବଳ୍ପ ମୂଲ୍ୟ‌େରେ ସ୍କ୍ରିନିଂ କରାଯାଉଛି। ଏହି ରୋଗର ନିରାକରଣ ନିମନ୍ତେ ଏମ୍‌ସ ଭୁବନେଶ୍ବରର କମ୍ୟୁନିଟି ମେଡିସିନ୍‌ଏବଂ ଫ୍ୟାମିଲ୍‌ମେଡିସିନ୍‌(ସିଏମଏଫଏମ) ପକ୍ଷରୁ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ ଏଣ୍ଡ୍‌ ସୋସିଆଲ୍‌ ମେଡିସିନ୍‌ (ଆଇଏପିଏସଏମ) ସହିତ ମିଳିତ ସହଭାଗିତାରେ ଭାରତରେ କର୍କଟ ରୋଗର ସ୍ଥିତି ଏବଂ ପ୍ରିଭେଣ୍ଟିଭ୍‌ଅଙ୍କୋଲୋଜି ଶୀର୍ଷକ ଏକ ୱେବିନାର୍‌ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି, ଆଇଏପିଏସଏମ ଭାରତ ‌ସଭାପତି ଡ. ସୁନୀଳା ଗର୍ଗ, ଏନଆଇସିପିଆର ନିୟୁଦିଲ୍ଲୀ ନିର୍ଦ୍ଦେଶିକା ଡ. ଶାଳିନୀ ସିଂ, ଏମ୍‌ସ ଭୁବନେଶ୍ବର ସିଏମଏଫଏମ ବିଭାଗୀୟ ମୁଖ୍ୟ ଡ. ସୋନୁ ଏଚ୍‌ସୁବା ପ୍ରମୁଖ ମତ ରଖିଥିଲେ।

ଏମ୍‌ସ ଭୁବନେଶ୍ବରର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ପ୍ରଫେସର ସୌଭାଗ୍ୟ କୁମାର ଜେନା, ଅତିରିକ୍ତ ପ୍ରଫେସର ଡ. ଶ୍ବେତା ସିଂ, ଡ. ପୃଥ୍ବୀରାଜ ସେଠୀ ଏବଂ ଡ. ଦିପ୍ତୀ ବାଲକ୍ରିଷ୍ଣନ୍‌ପ୍ରମୁଖଙ୍କ ସମେତ ଡ. ଯଶ୍ମୀନା ବେଗମ୍‌, ଡ. ସୁବର୍ଣ୍ଣ ମିତ୍ର, ଡ. ଧରିତ୍ରୀ ସ୍ବାଇଁ, ଡ. ସ୍ମିତା, ନର୍ସିଂ ଅଧିକାରୀ ରାଜଲକ୍ଷ୍ମୀ ପ୍ରମୁଖଙ୍କ ସମେତ ଫାକ୍‌ଲଟି, କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟଯେ ଭାରତରେ ୯୦ ପ୍ରତିଶତ ସର୍ଭିକାଲ୍‌କର୍କଟ ଏଚ୍‌ପିଭି ଭାଇରସ୍‌ଟାଇପ୍‌୧୬ ଏବଂ ୧୮ କାରଣରୁ ହୋଇଥାଏ। ଯାହାକି ଶାରୀରିକ ସମ୍ପର୍କ କାରଣରୁ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.