Home ଜିଲ୍ଲା ପରିକ୍ରମା ଜିଲ୍ଳା ପରିଷଦର ସ୍ୱତନ୍ତ୍ର ବୈଠକ, ଗ୍ରାମ୍ୟ ସଡକ ଯୋଜନା ଉପରେ ଆଲୋଚନା

ଜିଲ୍ଳା ପରିଷଦର ସ୍ୱତନ୍ତ୍ର ବୈଠକ, ଗ୍ରାମ୍ୟ ସଡକ ଯୋଜନା ଉପରେ ଆଲୋଚନା

54

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଜିଲ୍ଳାର ସମସ୍ତ ବ୍ଲକର ରହିଥିବା ଆର୍‌.ଡି. ରାସ୍ତା ସବୁକୁ ସବୁଦିନିଆ ରାସ୍ତା କରିବାକୁ ଆଲୋଚନା କରାଯାଇଥିଲା । ରାସ୍ତା ସବୁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ କରାଯିବାକୁ ବୈଠକରେ ନିଷ୍ପତି ନିଆ ଯାଇଥିଲା । ବ୍ଲକ ସ୍ତରରୁ ଆସିଥିବା ରାସ୍ତା ଗୁଡିକର ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇ ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଆର୍‌.ଡି. ନିର୍ବାହୀଯନ୍ତ୍ରୀ ବିଜୟ କୁମାର ଦାସ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.