Home ଓଡ଼ିଶା ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ ଅକ୍ସିଜେନ କନସେନଟ୍ରେଟର ଓ ଭେଟିଂଲେଟର ପ୍ରଦାନ

ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ ଅକ୍ସିଜେନ କନସେନଟ୍ରେଟର ଓ ଭେଟିଂଲେଟର ପ୍ରଦାନ

39

ମାଲକାନଗିରି ,୨ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ କରୋନା ମୁକାବିଲା ପାଇଁ ସହ ଯୋଗର ହାତ ବଢାଇଛନ୍ତି ଭୁବନେଶ୍ୱର ର ପ୍ରୋଜେକ୍ଟ ହୋପେ ତଥା ମାଇ ହାର୍ଟ ସଂଘ । ଜିଲ୍ଲାସଦର ମହକୁମା ହସପିଟାଲ ପରିସରରେ ସଂସ୍ଥାର ପ୍ରୋଗ୍ରାମ ଅଫିସର ଜଗଦିଶ ସାହୁ ୧୫ଟି ଅକ୍ସେଜେନ କନସେନଟ୍ରେଟର,୨ଟି ଭେଟିଂଲେଟର ୨୫୦ଟି ପଲ୍ସ ଅକ୍ସିମିଟର ହସପିଟାଲ ଏଡିଏମଓ ଡକ୍ତର ଶିବପ୍ରସାଦ ମହାରଣାଙ୍କୁ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଡାକ୍ତର ଅନୀଲକୁମାର ମିଶ୍ର,ଭାରପ୍ରାପ୍ତ ଡିପିଓମ ବନବିହାରୀ ମିଶ୍ର,ସନ୍ତୋଷ କୁମାର ବେହେରା,ନିହାର ଜେନା,ଚିତରଂଜନ ସେଠୀ,ରୁକ୍ମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରୋଜେକ୍ଟ ହୋପ୍ ମାଇ ହାର୍ଟ ସଂସ୍ଥାର ଏଭଳି ମହାନ କାର୍ଯ୍ୟକୁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.