Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

243

ଯାଜପୁର୩ା୩(ଓଡିଆ ପୁଅ/ବିରଞ୍ଚି ନାରାୟଣପତ୍ରୀ)ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ତଥା ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାକୁ ଧର୍ଯ୍ୟର ସହ ଶୁଣି ଆଇନ ପରିସର ମଧ୍ୟରେ ତାହା ଯେପରି ତୁରନ୍ତ ସମାଧାନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

 

ଏହି ଶିବିରରେ ମୋଟ ୧୮୧ ଗୋଟି ଅଭିଯୋଗ  ମଧ୍ୟରୁ ୧୫୭ ଗୋଟି ବ୍ୟକ୍ତିଗତ,  ୦୪ ଗୋଟି ସାମୁହିକ ଓ  ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିରୁ ସହାୟତା ପାଇଁ ୨୦ ଜଣ ଆବେଦନ ପତ୍ର ପଞ୍ଜିକୃତ କରିଥିଲେ ।  ଏହି ୨୦ ଜଣଙ୍କୁ ମୋଟ ୧ ଲକ୍ଷ ୩୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା ।  ଶିବିରରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଏସ୍‌.ପି. ଡଃ ଭବାନୀକାନ୍ତ ପଟ୍ଟନାୟକ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ. ଡା. ଅରୁଣ କୁମାର ପାତ୍ର, ଯାଜପୁର ତହସିଲଦାର ସୁଶାନ୍ତ ପତି, ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତରଣୀସେନ ପଟ୍ଟନାୟକ, ଜିଲ୍ଳ୍‌ା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।   ମାର୍ଚ୍ଚ ମାସ ୧୬ ତାରିଖରେ ବ୍ୟାସନଗର ପୈାରପାଳିକା କାର୍ଯ୍ୟାଳୟ, ଯାଜପୁର ରୋଡ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର,  ୨୩ ତାରିଖରେ ସୁକିନ୍ଦା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର, ୩୦ ତାରିଖରେ ଯାଜପୁର ବ୍ଳ୍‌କର ଶିମିଳିଆ କଲ୍ୟାଣ ମଣ୍ଡପ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର  ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ  ଅବଗତ କରାଯାଇଚ୍ଥି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.