Home କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

16

କେନ୍ଦ୍ରାପଡ଼ା ୧୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କରୋନା ମହାମାରୀର ଭୟବହତା ଓ ସଂକ୍ରମଣ ସମୟରେ ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଜନ ସଚେତନତା ସୃଷ୍ଟି ସହିତ ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟଗତ ସେବା ଯୋଗାଇ ଦେବା ଦିଗରେ ସଫଳ ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିଥିଲେ। ଜିଲ୍ଲାରେ ଘଟୁଥିବା ଘଟଣାବଳିକୁ ଲୋକଲୋଚନକୁ ଆଣିବା ସହ ସ୍ୱଛ ଓ ନିର୍ମଳ ଶାସନ ନିମନ୍ତେ ଗଣମାଧ୍ୟମ ଜିଲ୍ଲା ପ୍ରଶାସନ ପାଇଁ ଦର୍ପଣ ରୂପେ କାର୍ଯ୍ୟ କରିଥାନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ଋତୁରାଜ ମତବ୍ୟକ୍ତ କରିଥିଲେ। କରୋନା ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଗ୍ରାମାଞ୍ଚଳ ଓ ସଂକ୍ରମିତ ଅଞ୍ଚଳରେ ନିଜ ଜୀବନକୁ ବିପନ୍ନ କରି ତଥ୍ୟ ସଂଗ୍ରହ କରି ଗଣମାଧ୍ୟମରେ ପ୍ରକାଶ କରିବାରୁ ପ୍ରଶାସନ ଏହାର ମୁକାବିଲା କରିବାରେ ସଫଳ ହୋଇପାରିଥିଲା ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ନାୟକ ସ୍ୱାଗତ ଅଭିଭାଷଣ ସହ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ। ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ମୁଖ୍ୟବକ୍ତା ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଜୟ ସାମଲ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଓ ବ୍ଲକ ସ୍ତରର ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକ ଆଶିଷ ସେନାପତି, ଗଣେଶ ସାମଲ, ପରିକ୍ଷୀତ ପାତ୍ର, ଚିତ୍ତରଞ୍ଜନ ଦାସ, ସୋମନାଥ ସାହୁ, ଅସିତ ପଣ୍ଡା, ମହେଶ ପାଢୀ, ରବିନାରାୟଣ ପତି ପ୍ରମୁଖ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ କରୋନା ମହାମାରୀ ସମୟରେ ସମ୍ବାଦ ସଂଗ୍ରହ ସମ୍ପର୍କିତ ଅଭିଜ୍ଞତା ଓ ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ସୁଚିନ୍ତିତ ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶାକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.