Home କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଶପଥ ପାଠ ଓ  ବନ୍ଧୁମିଳନ  ଉତ୍ସବ

ଜିଲ୍ଲା ସାମ୍ବାଦିକ ସଂଘର ଶପଥ ପାଠ ଓ  ବନ୍ଧୁମିଳନ  ଉତ୍ସବ

34

କୋରାପୁଟ  ୧୪-୦୩(ଓଡିଆ ପୁଅ /ରଂଜନ ଦାସ)ଓଡିଶା ସାମ୍ବାଦିକ ୟୁନିୟନ ଦ୍ୱାରା ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟମାନଙ୍କ  ବନ୍ଧୁମିଳନ ଓ ନବ ନିର୍ବାଚିତ କର୍ମକର୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସଂଘର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ସାମ୍ବାଦିକମାନଙ୍କ ଯୋଗୁଁ ସତ୍ୟତା ଉନ୍ନୋଚିତ ହୋଇପାରୁଛି ବୋଲି  ଶ୍ରୀ ପଡାଲ ମତବ୍ୟକ୍ତ କରିବା ସହ ସାମ୍ବାଦିକମାନଙ୍କ ପାଇଁ ଆଜି ସମାଜ ଗର୍ବିତ ବୋଲି ପ୍ରକାଶ କରିଛନ୍ତି ।ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଡାଲ ଶପଥ ପାଠ କରାଇବା ସହ ପରିଚୟପତ୍ର ପ୍ରଦାନ କରିଥିଲେ ।ସଂଘରେ ଯୋଗ ଦେଇଥିବା ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ।ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାମନ୍ତରାୟ , ସୂର୍ଯ୍ୟ ନାରାୟଣ ପଣ୍ଡା ,ଜିତେନ୍ଦ୍ର କୁମାର ମିଶ୍ର ଓ ସୁଶାନ୍ତ କୁମାର ମିଶ୍ରଙ୍କୁ ଉପଢୈାକନ ଦେଇ ସମ୍ମାନ୍ନ୍ୱିତ କରାଯାଇଥିଲା ।ଏହି ଉତ୍ସବରେ ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ଗୈାଡ , ଉପସଭାପତି ପରମେଶ୍ୱର ସାହୁ ଓ ପ୍ରତାପ ନିମାଲ ,ଯୁଗ୍ମ ସଂପାଦକ ସୈାମ୍ୟ ରଂଜନ ସାହୁ ଓ ମନୋଜ ନାୟକ ,କୋଷାଧ୍ୟକ୍ଷ ରଂଜନ କୁମାର ଦାସ , ଉପଦେଷ୍ଟା ପରିକ୍ଷିତ ବିଶ୍ୱାଲ , ଶରତ ନାୟକ ଓ ଶଶଧର ରାଉତ , କଲ୍ୟାଣପାଣ୍ଠି ଅଧ୍ୟକ୍ଷ ଟି.ଗୈାରୀ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅରୁଣ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ କୋରାପୁଟ ,ଜୟପୁର ,କୋଟପାଡ ,ଲମତାପୁଟ ,ସୁନାବେଡା ,ସେମିଲିଗୁଡା ,ଲକ୍ଷ୍ମିପୁର , ନାରାୟଣପାଟଣା ,ବୈପାରୀଗୁଡା ,ବନ୍ଧୁଗାଁ ,ପଟ୍ଟାଙ୍ଗୀ ପ୍ରଭୃତି ଅଂଚଳର ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ ।ସଦସ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା ।ଆଗାମୀ ବୈଠକ ନାରାୟଣପାଟଣାଠାରେ ଆୟୋଜିତ କରିବାକୁ ନିଷ୍ପତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.