Home Top News କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

51

ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ) : କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। ଆଜି ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ। ଯଦିଓ ରାଜ୍ୟବାସୀଙ୍କୁ କ’ଣ ବାର୍ତ୍ତା ଦେବେ ସେନେଇ କୌଣସି ନିଦ୍ଧିଷ୍ଟ ସୂଚନା ନାହିଁ ତେବେ ଆଶା କରାଯାଉଛିଯେ, ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରୁ ପ୍ରଥମ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆସନ୍ତାକାଲି ଏହାକୁ ଠିକ୍ ବର୍ଷେ ପୂରଣ ହେବାକୁ ଯାଉଛି। ଏହା ଭିତରେ କୋଭିଡ୍ କଟକଣା ମଧ୍ୟ କୋହଳ ହୋଇଛି। ହେଲେ କୋଭିଡର ଦ୍ୱିତୀୟ ଲହର ଏବେ ଚାରିଆଡେ ଭୟ ସଂଚାର କରିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଚେତନ କରିବା ସହିତ ବାର୍ତ୍ତା ଦେଇପାରନ୍ତି ବୋଲି କୁହାଯାଉଛି। ରାଜ୍ୟ ସାରା ଏବେ କରୋନା ମାମଲା ନିୟନ୍ତ୍ରାଧିନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.