Home ଜିଲ୍ଲା ପରିକ୍ରମା ଜିଲ୍ଲା ମୁଖ୍ୟ କାରାଗାରରେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ମୁଖ୍ୟ କାରାଗାରରେ ସଚେତନତା କାର୍ଯ୍ୟକ୍ରମ

30

ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଓମେନ୍ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର’ ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ବାଲେଶ୍ୱର ଶାଖାର ମିଳିତ ସହଯୋଗରେ ଜିଲ୍ଲା କାରଗାରରେ ଏକ ସଚେତନତା କାର୍ଯ୍ୟକମ ଆଜି ଅନୁଷ୍ଠିତ ହୋଇଯାଇଛି। ରେମୁଣା ବ୍ଲକ ଚେୟାରମ୍ୟାନ୍ ସୁଶାନ୍ତ ପଟ୍ଟନାୟକ ଏଥିରେ ଅତିଥି ଭାବେ ଯୋଗଦେଇ କାରଗାରରେ ଜୀବନ ବିତାଉଥିବା ବ୍ୟକ୍ତିମାନଙ୍କର ମାନସିକ ପରିବର୍ତ୍ତନରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହୋଇଛି ବୋଲି କହିଥିଲେ। ବିଶେଷ କରି ଏହି ଦୁଇ ଅନୁଷ୍ଠାନଙ୍କ କାର୍ଯ୍ୟଧାରା ବେଶ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ। ‘ଓମେନ୍ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର’ର ସମ୍ପାଦିକା ଜ୍ୟୋସ୍ନା ଦାସ, ଜିଲ୍ଲା ସଂଯୋଜକ ମହେଶ ପ୍ରସାଦ ଦାସ, ସମାଜସେବୀ ନିହାରିକା ପଟ୍ଟନାୟକ, ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦିକା ଭାରତୀ ପଣ୍ଡା, ଟାଉନ ପ୍ରେସିଡେଣ୍ଟ ଜ୍ୟୋସ୍ନା ସେନାପତି ପ୍ରମୁଖ ଏଥିରେ ଯୋଗଦେଇ କାରଗାର ମହିଳା ଅନ୍ତେବାସୀମାନଙ୍କୁ କରୋନା ପ୍ରତିଷେଧକ ସମ୍ପର୍କରେ ସଚେତନ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଥିଲା। ଏଥି ସହିତ ସେମାନଙ୍କୁ ଦୀପାବଳି ପାଇଁ ଶାଢ଼ୀ, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। କେବଳ ବାଲେଶ୍ୱର ଜିଲ୍ଲା କାରଗାର ନୁହେଁ ବରଂ ରାଜ୍ୟର ବିଭିନ୍ନ ଜେଲରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଲକ୍ଷ୍ୟ ରହିଛି ବୋଲି ଦୁଇ ସଂଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। ବିଶେଷ କରି ଜେଲରେ ଜୀବନ ବିତାଉଥିବା କଏଦୀଙ୍କୁ ଘୃଣା ନକରି ସେମାନଙ୍କର ପରିବର୍ତ୍ତନ ପାଇଁ ସବୁ ମହଲରୁ ପ୍ରୟାସ କରିବା ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ହ୍ୟୁମାନ ରାଇଟ୍ସ ପ୍ରଣ୍ଟର ବାଲେଶ୍ୱର ସଦର ଆବାହକ ବୀରେନ୍ଦ୍ର ଶର୍ମା, ପ୍ରସନ୍ନଜିତ୍ ଦେ, କୁମାରେଶ ଗୁପ୍ତା ଓ ଋକ୍ମିଣୀ ପଣ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ସଂଗଠନ ପକ୍ଷରୁ ଆଗାମୀ ଦିନରେ ଏହିଭଳି ସମାଜସେବା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଥିଲେ। ଜିଲ୍ଲା ମୁଖ୍ୟ କାରାଗାର ଅଧୀକ୍ଷକ ସୁଦୀପ କୁମାର ରାଉଳ ଓ ଜେଲର ଦୀପ୍ତିମୟୀ ରାଉତ ପ୍ରମୁଖ ଏଥିରେ ଯୋଗଦେଇ ଦୁଇ ସଂଗଠନଙ୍କ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.