Home Coronavirus Outbreak ଜିଲ୍ଲା ପ୍ରଶାସନ ତରଫରୁ ଜର୍ମାନୀରୁ ଫେରନ୍ତା ସନ୍ଦିଗ୍ଧ ମହିଳା ଓ ତାଙ୍କ ସ୍ବାମୀକୁ କଟକ ସ୍ଥାନାନ୍ତର

ଜିଲ୍ଲା ପ୍ରଶାସନ ତରଫରୁ ଜର୍ମାନୀରୁ ଫେରନ୍ତା ସନ୍ଦିଗ୍ଧ ମହିଳା ଓ ତାଙ୍କ ସ୍ବାମୀକୁ କଟକ ସ୍ଥାନାନ୍ତର

146

ବଲାଙ୍ଗୀର ୧୯-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ଟିଟିଲାଗଡ଼ର ଦୁଇ ଦମ୍ଫତ୍ତିଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହ କରି ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶଯେ, ଟିଟିଲାଗଡ଼ ହାଟପଦା ପଡ଼ା ନିବାସୀ ମାନ୍ଧାତା ବେଦବାଗଙ୍କ ପୁଅ ବାବୁ ଦେଦବାଗ ଓ ତାଙ୍କ ସ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ କ୍ରମେ ଗତ ମଙ୍ଗଳବାର ରାତି ପ୍ରାୟ ୧୦ ଟାରେ ଟିଟିଲାଗଡ଼ ପୋଲିସ ଘରୁ ନେଇ ଡାକ୍ତର ଖାନାରେ ଭର୍ତ୍ତି କରିଥିଲା। ତେବେ ଟିଟିଲାଗଡ଼ ଡାକ୍ତର ଖାନାରୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜ ଡାକ୍ତର ଖାନା ଓ ସେଠୁ କଟକ କୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, ଜର୍ମାନୀରେ ଚାକିରୀ କରୁଥିବା ଶ୍ରୀଯୁକ୍ତ ବେଦବାଗ ଙ୍କ ବୋହୁ ଗତ ଚାରିଦିନ ତଳେ ତାଙ୍କ ପୁଅ ଚାକିରି କରୁଥିବା ବେଙ୍ଗାଲୁରରେ ପହଞ୍ଚିଥିଲେ ଓ ସେଠୁ ସେମାନେ ଟିଟିଲାଗଡ଼ ଆସିଥିବା ବେଳେ ସନ୍ଦେହ କରି ଜିଲ୍ଲା ପ୍ରଶାସନ ତରଫରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ସେମାନେ ସାଇ ପଡିଶା ବୁଲାବୁଲି କରିବା ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ତାଙ୍କ ରିପୋର୍ଟ କଣ ଆସିବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି। ପୂର୍ବରୁ ଟିଟିଲାଗଡ଼କୁ ଇଟାଲୀରୁ ଆସିଥିବା ଦୁଇ ଦମ୍ପତି ଙ୍କୁ ପ୍ରଶାସନ ତରଫରୁ କଟକ ସ୍ଥାନାନ୍ତରିତ କରିଥିବା ବେଳେ ଏବେ ଏହା ଦ୍ୱିତୀୟ ଘଟଣା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.