କେନ୍ଦ୍ରାପଡା ୨୧/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା କରୋନା ମିକାବିଲା ନିମନ୍ତେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ କୋଭିଡ-୧୯ ସ୍ୱତନ୍ତ୍ର ରିଲିଫ ପାଣ୍ଠିକୁ ୫୫ହଜାର ଟଙ୍କା ଦାନ କରିଛନ୍ତି। ସଭାପତି ଶ୍ରୀ ପରିଡା ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହି ଅର୍ଥର ଏକ ଚେକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ। ଏହି ଚେକ ପ୍ରଦାନ ସମୟରେ ସମାଜସେବୀ ରବିନ୍ଦ୍ର କୁମାର ପରିଡା, ଜୟ ପ୍ରକାଶ ଗିରୀ, ବଳରାମ ପରିଡା, ରୋସ୍ôନା ସାହୁ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।








