Home ଜିଲ୍ଲା ପରିକ୍ରମା ଜିଲ୍ଲା ଦୌରାଜଜ୍‌ଙ୍କ ଆଗରପଡ଼ା ଗସ୍ତ

ଜିଲ୍ଲା ଦୌରାଜଜ୍‌ଙ୍କ ଆଗରପଡ଼ା ଗସ୍ତ

26

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଠାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାକୁ ନେଇ ଆଜି ଜିଲ୍ଲା ଦୈାରାଜଜ୍ ପ୍ରଦ୍ୟୁମ୍ନ ନାୟକ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଓ କୋର୍ଟ ପରିଚାଳକ ମାନସ ରଥ ପ୍ରମୁଖ ପରିଦର୍ଶନରେ ଆସି ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବିତ ପୁରୁଷଣ୍ଢ ରାଜୀବସେବା କେନ୍ଦ୍ର ଭିତ୍ତି ଭୂମି ତଦାରଖ କରିଥିଲେ । ଅସ୍ଥାୟୀ ଭାବେ ଏଠାରେ ନ୍ୟାୟାଳୟ ଚାଲିବ ଓ ସରକାରୀ ସ୍ଥାନ ନିରୂପଣ ହେବା ପରେ ସେଠାରେ ନ୍ୟାୟାଳୟ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ତହସିଲଦାର ଅଙ୍କିତା ବାରିକ, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ୍ ମୋହନ ସିଂହ, ହାଇକୋର୍ଟ ଆଡ଼ଭୋକେଟ ମନୋଜ ରାୟ, ଆଡ଼ଭୋକେଟ ଜ୍ଞାନଦା କରଶର୍ମା, ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ବରିଷ୍ଠ ନାଗରୀକ ରାମଚନ୍ଦ୍ର ନାୟକ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜୟଦେବ ପାତ୍ର, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ପଂଚାୟତ ନିର୍ବାହୀ ଅଧିକାରୀ ବୀରକିଶୋର ନାୟକ,ସରପଂଚଙ୍କ ପ୍ରତିନିଧି କାର୍ତିକ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ଜିଲ୍ଲା ଜଜ୍ ଶିଶିର ରଥ ଓ ଅନ୍ୟ ଉଚ୍ଚ ପଦାଧିକାରୀମାନେ ଏଠାକୁ ଆସି ସ୍ଥାନ ପରିଦର୍ଶନ କରିଛନ୍ତି । ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସଂଗମ ସ୍ଥଳିରେ ଆଗରପଡ଼ା ଅବସ୍ଥିତ ଏଥି ସହିତ ଆଗରପଡ଼ା ସଂଲଗ୍ନ ପଂଚାୟତର ଲୋକେ ବିଭିନ୍ନ ମାମଲାରେ ଏଠାରୁ ୨୨ କି. ମି. ଦୂର ଯାଇଥାନ୍ତି । ତେଣୁ ଏଠାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଅଂଚଳବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.