Home ଓଡ଼ିଶା ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଦାୟିତ୍ୱ ଗ୍ରହଣ

ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଦାୟିତ୍ୱ ଗ୍ରହଣ

34

ବାଲେଶ୍ୱର, ୧୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲାକୁମାରଙ୍କ ଓଡ଼ିଶା ଗସ୍ତକାଳରେ ଦଳର ଜିଲ୍ଲାସ୍ତରୀୟ କମିଟି ଗଠନ ସାଙ୍ଗକୁ କର୍ମକର୍ତ୍ତା ଚୟନ କାର୍ଯ୍ୟ ଜୋରଦାର ହୋଇଛି। ତେବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ସଂଜୀବ ଗିରିଙ୍କ ଦାୟିତ୍ୱ ଅର୍ପଣକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସୀର ମାହଲ ଦେଖିବାକୁ ମିଳିଛି। ଦାୟିତ୍ୱ ଗ୍ରହଣ ସହ ଜିଲ୍ଲାର ସଂଗଠନ ସାଙ୍ଗକୁ ବିକାଶ ଧାରାକୁ ଆଗକୁ ନେବା କୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀ ଗିରି ପ୍ରକାଶ କରିଛନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଗିରି ଯୋଗ ଦେଇ ତାଙ୍କୁ ଜିଲ୍ଲାର ସଭାପତି ଭାବେ ମନୋନୀତ କରାଯିବାକୁ ନେଇ ସେ କଂଗ୍ରେସର ରାଜ୍ୟ ଓ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ। ବାଲେଶ୍ୱର ଜିଲ୍ଲାର ବିକାଶ କେବଳ କଂଗ୍ରେସ ଶାସନକାଳରେ ଅଧିକ ହୋଇଥିବା ସେ କହିଥିଲେ। ବାଲେଶ୍ୱର ସଦରରେ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ବେଳେ ହୋଇଥିବା ବିକାଶ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିନାହିଁ। ସମ୍ପ୍ରତି ବିଜେପି ଓ ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକ ସମର୍ଥନ ନେଇ ଚାଲିଛନ୍ତି। ବିଜେଡି ମାଆକୁ ସମ୍ମାନ ଓ ଗାଁକୁ କାମ ଦେଉଥିବା ନେଇ ଡିଣ୍ଡିମ ପିଟୁଥିଲେ ବି ପ୍ରକୃତରେ କଂଗ୍ରେସ ଏହାର ଉଦାହରଣ ହୋଇପାରିଛି। ଚଳିତ ନିର୍ବାଚନରେ ଜଣେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା କରାଇ କଂଗ୍ରେସ ନାରୀକୁ ଉଚିତ ସମ୍ମାନ ଦେଇ ପାରିଛି ବୋଲି ଶ୍ରୀ ଗିରି କହିଥିଲେ। କଂଗ୍ରେସ ପ୍ରାର୍ଥୀ ଜିତିବାରେ ହିଁ ବାଲେଶ୍ୱରରେ ପ୍ରକୃତ ବିକାଶ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଅତଏବେ ବାଲେଶ୍ୱର ସହର ସମେତ ସଦର ନିର୍ବାଚନମଣ୍ଡଳୀର ବିକାଶକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ଅଧିକ ଭୋଟ ଦେଇ ନିର୍ବାଚିତ ପାଇଁ ଶ୍ରୀ ଗିରିଙ୍କ ସମେତ ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.