Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଦିବ୍ୟାଙ୍ଗ ସଶକ୍ତୀ କରଣ ଶିବିର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଦିବ୍ୟାଙ୍ଗ ସଶକ୍ତୀ କରଣ ଶିବିର

23

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଦିବ୍ୟାଙ୍ଗମାନଙ୍କ ସଶକ୍ତକରଣ ନିମନ୍ତେ ତା.୨୨.୦୫.୨୦୨୩ ରିଖ ଠାରୁ ତା. ୨୯.୦୫.୨୦୨୩ ରିଖ ପର୍ଯ୍ୟନ୍ତ ଏକ ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି ୮ ଦିନ ବ୍ୟାପି ଅଭିଯାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏହି ଅଭିଯାନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ (ଗୋଷ୍ଠୀ) ସାମାଜିକ ସୁରକ୍ଷା ଅଧିକାରୀମାନେ ତଥା ଅନ୍ୟାନ୍ୟ ଅଧିକାରୀ, ସମସ୍ତଙ୍କ ସହଯୋଗ କ୍ରମେ ଏହି ୮ ଦିନ ବ୍ୟାପୀ ଦ୍ୱାରକୁ ଦ୍ୱାର ବୁଲି ଦିବ୍ୟାଙ୍ଗମାନଙ୍କୁ ଭେଟି ସେମାନଙ୍କ ସମସ୍ୟାକୁ ବୁଝିବା ପାଇଁ ଏବଂ ସେମାନଙ୍କୁ ସଶକ୍ତୀକରଣ କରିବାପାଇଁ ପାରାଲିଗାଲ୍ ଭଲ୍ୟୁଣ୍ଟରମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଥିଲା । ସେମାନେ ଦ୍ୱାରକୁ ଦ୍ୱାର ବୁଲି ଦିବ୍ୟାଙ୍ଗ ମାନଙ୍କୁ ଭେଟି ସେମାନଙ୍କ ପାଇଁ ସରକାର ଗଠନ କରିଥିବା ବିଭିନ୍ନ ଭତ୍ତା, ଯୋଜନା ତଥା ସାହାଯ୍ୟକାରୀ ଉପକରଣ ଏବଂ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଇନ୍ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ର ଧାରା ୧୨ ଅନୁଯାୟୀ ମାଗଣା ଆଇନ୍ ସେବା ପାଇବା ପାଇଁ ଯୋଗ୍ୟ ଅଟନ୍ତି, ଏସବୁକୁ ଦିବ୍ୟାଙ୍ଗମାନଙ୍କୁ ବୁଝାଇବା ସହ ସେମାନଙ୍କୁ କିପରି ଶିଘ୍ର ସାହାଯ୍ୟ ଯୋଗାଯାଇ ପାରିବ ସେ ସମ୍ବନ୍ଧରେ ମଧ୍ୟ ସଂକ୍ତୃକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ଦିବ୍ୟାଙ୍ଗମାନଙ୍କ ସଶକ୍ତୀକରଣ ନିମିତ୍ତ ଆଜି ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର, ଭଦ୍ରକ (ସି.ଆର.ଏସ୍‌.ଆର) ଠାରେ ଅନୁଷ୍ଠିତ କରାଯାଇ ୨୩ଜଣ ଦିବ୍ୟାଙ୍କଙ୍କୁ ସେମାନଙ୍କର ସାହାଯ୍ୟକାରୀ ଉପକରଣ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଶ୍ରୀମତୀ ନେହା ଅଗ୍ରୱାଲ, ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ଶ୍ରୀ ପବିତ୍ର କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଭଗବାନ ପରିଡ଼ା, ପରିଚାଳକ (ସି.ଆର.ଏସ୍‌.ଆର) ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କର ଆବଶ୍ୟକୀୟ ସାହାଯ୍ୟକାରୀ ଉପକରଣ ଦେବା ସହ ନିକଟ ଭବିଷ୍ୟତରେ ଆଉ ଯାହା ସମସ୍ୟା ଅଛି ସେ ସବୁକୁ ଶିଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥି ସହିତ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକ ଜାରିକରିଥିବା ଟୋଲ ଫ୍ରି ହେଲ୍ପ ଲାଇନ୍ ନମ୍ବର ୧୮୦୦୩୪୫୭୫୭୧ ମଧ୍ୟ ପ୍ରଚାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.