Home କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନସେବା ଶିବିର

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନସେବା ଶିବିର

20

କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଟାଉନହଲ ପରିସରରେ ଶନିବାର ଏକ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଂଗୀତା ପାଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ସମାଜର ଗରିବ, ଅବହେଳିତ ଓ ନିଷ୍ପେସିତ ବର୍ଗଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାଗଣା ଆଇନସେବା ଯୋଗାଇ ଦିଆଯାଉଥିବାରୁ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାଜଜ ଅଜୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ବିବଶ୍ୱତ ଗୈାତ୍ତମ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଅଦାଲତର ସମସ୍ତ ଜୁଡିସିଆଲ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ସମସ୍ତ କର୍ମଚାରୀ, ପାରା ଭଲ୍ୟୁଣ୍ଟିଅର ଓ ପ୍ୟାନେଲ ଲୟରମାନେ ଉପସ୍ଥିତ ଥିଲେ। ପ୍ରାଧିକରଣ ସଚିବ ଶ୍ରୀମତୀ ପାଣି ଆଇନସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ସୂଚନା ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.