ମାଲକାନଗିରି,୧୦ା୧୧(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ ଅବାଧ ବେଆଇନ ଗଜେଂଇ ଚାଷ ଚାଲିଥିବାର ଖବର ପାଇ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଓ ଏସପି ରିଶିକେଶ ଖିଲାରୀ ଡି ଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଓ କୁଡୁମୁଲୁଗୁମ୍ମା ଥାନାପୁଲିସ ପକ୍ଷରୁ ମାଓପ୍ରବଣ ଡଙ୍ଗାକୁଣ୍ଡ ଓ ରାଙ୍ଗିନିଗୁଡା ଅଚଂଳରେ ବେଆଇନ ଗଜେଂଇ ଚାଷ ଉପରେ ଚଢାଉକରି ୩୭ଲକ୍ଷ୮୦ହଜାର ଟଙ୍କାର ଗଜେଂଇ ଚାଷ ପୋଡି ନଷ୍ଟ କରିଦେଇଛନ୍ତି । ଆଜି ସକାଳେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ମନମୋହନ ଧାଙ୍ଗଡା ମାଝି,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ଏସଆଇ ତିରୁପତି ପଣ୍ଡା,ଦିଲୀପ ନାୟକ, ରାଜୁ ଖିତି,ଦିନେଶ କୁମାର,ସି.ଏଚ.ଖରା, ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ଓ ବାଲିମେଳା ଏସଡିପିଓ,କୁଡୁମୁଲୁଗୁମ୍ମା ଥାନା ଅଧିକାରୀ ପୁଲିସ ସଦଳବଳ କୁଡୁମୁଲୁଗୁମ୍ମା ଥାନା ନିକଟ ରାଙ୍ଗିନିଗୁଡା ଡୋଙ୍ଗକୁଣ୍ଡ ଜଙ୍ଗଲରେ ଚଢାଉକରି ବେଆଇନ ଭାବେ ଚାଷକରା ଯାଇଥିବା ୨୭ଏକର ଜମିରୁ ୩୭୮୦୦ ଟି ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି । ଏହି ଗଜେଂଇ ଗଛର ସରକାରି ମୂଲ୍ୟ ପ୍ରାୟ ୩୭ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।