Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ ଉଦ୍‌ଘାଟିତ

ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ ଉଦ୍‌ଘାଟିତ

93

ଭୁବନେଶ୍ୱର/ଯାଜପୁର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ଭାରତ ସ୍କାଉଟ ଗାଇଡ ଆନୁକୂଲ୍ୟରେ ପାଣିକୋଇଲି ନୋଡାଲ ହାଇସ୍କୁଲ ଠାରେ ୨ଦିବସୀୟ ସ୍କାଉଟ ଗାଇଡ ତୃତୀୟ ସୋପାନ ଟେଷ୍ଟ କ୍ୟମ୍ପ ଉଦ୍‌ଘାଟିତ ହୋଇଛି । ଏହି କ୍ୟାମ୍ପକୁ ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟଅତିଥିଭାବେ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ । ମୋଟ ୬ଟି ବ୍ଲକର ୨୦୧ଜଣ ସ୍କାଉଟ ୧୧୬ଜଣ ଗାଇଡ, ୧୧ ଜଣ ସ୍କାଉଟ ମାଷ୍ଟର ଓ ୭ଜଣ ଗାଇଡ କ୍ୟାପେଟନ ଅଂଶ ଗ୍ରହଣ କରିଥିଲେ । ଜିଳ୍ଲା ତାଲିମ କମିଶନର ମିହିର ରଂଜନ ନାୟକ, ଜିଳ୍ଲା ସଂଗଠନ କମିଶନର ଜହିରୁଦ୍ଦିନ ଖାଁ, ମାଧବିକା ମହାପାତ୍ର ଓ ଜିଲ୍ଲା ସଂଯୋଜକ ଅବିନାଶ ଖୁଂଟିଆ ଏହି ଶିବିରକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲା ସମ୍ପାଦକ ବିଷ୍ଣୁ ଚରଣ ସୂତାର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.