Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ‌୍‌ଯାପିତ

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ‌୍‌ଯାପିତ

79

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡକ୍ରସ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ଜିଲ୍ଲା ସ୍କୁଲ ଭଦ୍ରକ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ବ୍ୟାପୀ ଏହି ପ୍ରଶିକ୍ଷଣ ଶିବିରରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରୁ ୩୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଜିଲ୍ଲା ସ୍କୁଲ ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ଡଃ ମାୟାଧର ସାହୁ ମୁଖ୍ୟ ଅତିଥି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଣବ ସାହୁ ମୁଖ୍ୟ ବକ୍ତା, ବରିଷ୍ଠ ସାଧନ କର୍ମୀ ରାଜକିଶୋର ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସ୍କୁଲରେ ଜୁନିଅର ରେଡକ୍ରସର ଆବଶ୍ୟକତା ପ୍ରସଙ୍ଗରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଜୁନିଅର ରେଡକ୍ରସ ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସୂତାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ନରେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ତିନିଦିନ ବ୍ୟାପୀ କାର୍ଯ୍ୟକ୍ରମରେ ସାଧନ କର୍ମୀ ବାମନ ଚନ୍ଦ୍ର ମହାନ୍ତି ରେଡକ୍ରସ ଇତିହାସ, ସାଧନ କର୍ମୀ ଉମାକାନ୍ତ ବେହେରା ରେଡକ୍ରସ ଓ ଜୁନିଅର ରେଡକ୍ରସ ଗଠନ, ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ଡଃ ସୁଦର୍ଶନ ବାରିକ ଶିଶୁ ସୁରକ୍ଷା, ଡଃ ବିମଳା ମିଶ୍ର ରକ୍ତଦାନ, ସାଧନକର୍ମୀ ଲିଜା ଦାସ ପ୍ରାଥମିକ ଉପଚାର, ସାଧନକର୍ମୀ ତରଣୀସେନ ଜେନା ସଡକ ସୁରକ୍ଷା ଓ ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଶତପଥି ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ରେଡକ୍ରସ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । କାଉନସିଲର ଅରୁଣ କୁମାର ଲେଙ୍କା, ସୁବାସିନୀ ମିଶ୍ର, ମାନସ ରଂଜନ ସ୍ୱାଇଁ, ସୀତାରାମ ଦାସଗୁପ୍ତା, ସୁପ୍ରଭା ରାଉତ, ସ୍ମୃତି ରଂଜନ ଦାସ, ଅନ୍ନପୂର୍ଣ୍ଣା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.