Home Coronavirus Outbreak ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ ରାଜ୍ୟ ବାହାରେ ଅଟକି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ...

ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ ରାଜ୍ୟ ବାହାରେ ଅଟକି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

224

କେନ୍ଦ୍ରାପଡା ୨୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ବିଭିନ୍ନ କମ୍ପାନୀ ଓ ଠିକାଦାରମାନେ କାର୍ଯ୍ୟବଦ କରିଦେବାରୁ ଜିଲ୍ଲାର କେନ୍ଦ୍ରାପଡା, ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଚଂଳର ୬୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆନ୍ଧ୍ରପ୍ରଦେଶର ଗୁଂଟୁର ଜିଲ୍ଲାର ବିଭିନ୍ନ ଅଚଂଳରେ କାମନପାଇ ଘରକୁ ଫେରିବାକୁ ଚାହିଁଲେ ମଧ୍ୟ ପାଖରେ ଅର୍ଥ ନଥିବାରୁ ଫେରିନପାରି ଭୋକ ଉପାସରେ ସେଠାରେ ପଡିରହିଥିବା ସେମାନେ ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି। ତେଣୁ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୂଲିଆ ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ଫକିର ଚରଣ ଖଟୁଆ ଓ ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି। ଏଥିସହିତ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁ କାଳିନ ସହାୟତା ଓ ପାଠପଢା ସହାୟତା ପ୍ରଦାନ କରାଯିବାକୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.