Home ଓଡ଼ିଶା ଜିଲ୍ଲାର ସଙ୍ଗରୋଧ କେନ୍ଦ୍ର ଗୁଡିକ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ସମସ୍ତ ପରିସ୍ଥିତି ସମ୍ପର୍କରେ ଅବଗତ କରେଇଲା...

ଜିଲ୍ଲାର ସଙ୍ଗରୋଧ କେନ୍ଦ୍ର ଗୁଡିକ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ସମସ୍ତ ପରିସ୍ଥିତି ସମ୍ପର୍କରେ ଅବଗତ କରେଇଲା ବିଜେପି

117

ସମ୍ବଲପୁର, (ଓଡ଼ିଆ ପୁଅ/ସରୋଜ ସାହୁ): ଜିଲ୍ଲାରେ ତିଆରି କରାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ରହିଥିବା ବିଭିନ୍ନ ଅସୁବିଧା ସମ୍ପର୍କିରେ ବିଜେପି ର ପ୍ରତିନିଧି ମଣ୍ଡଳୀ ଜ଼ିଲ୍ଲାପାଳ ଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି।

ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲା ର ଗ୍ରାମାଞ୍ଚଳରେ ତିଆରି ହୋଇଥିବା ବହୁତ ଗୁଡିଏ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ବିଶେଷ କରି ଗ୍ରାମାଞ୍ଚଳ ବହୁଳ ରେଙ୍ଗାଲି, ରେଢ଼ାଖୋଲ ଓ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନେଜ ପଞ୍ଚାୟତ କୁ ଯାଇ ଅନେକ ଗୁଡିଏ ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଥିଲା। ପରିଦର୍ଶନ ରେ ଯାଇଥିବା ନେତୃମଣ୍ଡଳୀ ଙ୍କ ନଜର ପ୍ରାୟ ପ୍ରାୟ ସମସ୍ତ ସଙ୍ଗରୋଧ କେନ୍ଦ୍ର ରେ କିଛି ନା କିଛି ଭୁଲ ତ୍ରୁଟି ପରିଲକ୍ଷିତ ହୋଇଛି। କେଉଁଠି ପିଇବା ପାଣି ର ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ଶୌଚାଳୟ ର ସୁବ୍ୟବସ୍ଥା ନାହିଁ। ଅଧିକାଂଶ କେନ୍ଦ୍ର ରେ ପ୍ରବାସୀ ମାନଙ୍କ ମନୋରଞ୍ଜନ ଓ ନ୍ୟୁଜ ପାଇଁ ଟିଭି ଓ ପ୍ରବାସୀ ମାନଙ୍କୁ ନିରୀକ୍ଷଣରେ ରଖିବା ପାଇଁ ସି.ସି.ଟିଭି ବ୍ୟବସ୍ତା ମଧ୍ୟ ହୋଇ ନାହିଁ। ଜିଲ୍ଲା ର ବହୁତ ଗୁଡିଏ ସଙ୍ଗରୋଧ କେନ୍ଦ୍ର ଗୁଡିକ ର କାର୍ଯ୍ୟ ବର୍ତ୍ତମାନ ଯାଏଁ ସମ୍ପୂର୍ଣ୍ଣ ମଧ୍ୟ ହୋଇ ନାହିଁ।ଏହା ସହିତ ଅନ୍ୟାନ୍ୟ ବିଷୟରେ ତଦାରଖ କରି ସମସ୍ୟା ଗୁଡିକର ଶୀଘ୍ର ସମାଧାନ ପାଇଁ ପ୍ରତିନିଧି ମଣ୍ଡଳୀ ଦାବି କରିଛି। ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, କ୍ଷେତ୍ରିୟ ପ୍ରବକ୍ତା ତଥା ମିଡ଼ିଆ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମଲେଶ୍ବରୀ ମଣ୍ଡଳ ସଭାପତି ଶମ୍ଭୁ ବାରେଲିଆ ସାମିଲ ପ୍ରମୁଖ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.