Home ଜିଲ୍ଲା ପରିକ୍ରମା ଅଭିନବ ଉପାୟରେ ଚାଷୀଙ୍କଠାରୁ ରବି ଧାନ କ୍ରୟର ଶୁଭାରମ୍ଭ

ଅଭିନବ ଉପାୟରେ ଚାଷୀଙ୍କଠାରୁ ରବି ଧାନ କ୍ରୟର ଶୁଭାରମ୍ଭ

111

ସମ୍ବଲପୁର (ଓଡ଼ିଆ ପୁଅ/ସରୋଜ ସାହୁ): ମାନେଶ୍ଵର ବ୍ଲକ ମା ମେଟାକାନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସହାସପୁର ଦ୍ୱାରା ଆଜି ସାହାସପୁର ମାର୍କେଟ ୟାଡ଼ ରେ ଅଭିନବ ଉପାୟରେ ଚାଷୀଙ୍କ ଠାରୁ ରବି ଧାନ କ୍ରୟର ଶୁଭାରମ୍ଭ କରାଯାଇଛି। ଆଜି ମେଣ୍ଡଳିପାଲି ର ଯୁବ ଚାଷୀ ସଂଜୀବ କୁମାର ବାଗ ଟ୍ରାକ୍ଟର ଯୋଗେ ୧୮୦ ପେକେଟ ଧାନ ବିକ୍ରି କରିବା ପାଇଁ ଆଣିଥିଲେ। ମା ମେଟାକାନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସମ୍ପାଦିକା ଶ୍ରୀମତୀ ରଂଜିତା ସାହୁ ଓ ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ସାହୁ, ଡ଼ି ଇ ଓ ପାର୍ବତୀ ଭୋଇ, ଯୋଗାଣ ବିଭାଗର ପ୍ରତିନିଧି ଦିନେଶ କର୍ଣ, ନିୟନ୍ତ୍ରିତ ବଜାର କମିଟିର ଶରତ ନନ୍ଦ ଙ୍କ ସମେତ ଅନ୍ୟ ସଭ୍ୟା ମାନେ ଚାଷୀ ସଂଜୀବ କୁମାର ଭୋଇ ଙ୍କୁ ସ୍ୱାଗତ କରିବା ସଙ୍ଗେ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ମା ମେଟାକାନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏଭଳି ଅଭିନବ କାର୍ଯ୍ୟକ୍ରମ କୁ ବେଶ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.