Home ଓଡ଼ିଶା ଜିଲ୍ଲାରେ ୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଔଷଧ ଦୋକାନ ସିଲ ,୧୦ହଜାରଟଙ୍କା ଜରିମାନା ଆଦାୟ

ଜିଲ୍ଲାରେ ୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଔଷଧ ଦୋକାନ ସିଲ ,୧୦ହଜାରଟଙ୍କା ଜରିମାନା ଆଦାୟ

183

ମାଲକାନଗିରି,୨୪ା୭( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉଗ୍ରରୂପନେଉଛି କରୋନା ମହାମାରି,ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ,ଆଜି ଜିଲ୍ଲାରେ ପୁଣି ୯ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬ଜଣ ଆକ୍ରାନ୍ତ କେବଳ ମାଲକାନଗିରି ସହରର ଏମାନେ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ଅନ୍ୟ ୩ ଜଣ ବାଲିମେଳା ଏନଏସି ଅଚଂଳର ଏମାନଙ୍କର କରୋନା ଲକ୍ଷଣ ଜଣାପଡିବାରୁ ଭୂବନେଶ୍ୱର ଏମସ ହସପିଟାଲରେ ଭର୍ତି ହୋଇଥିଲେ, ଏହି ତିନିଜଣଙ୍କର ଗତ୨୧ତାରିଖ ଦିନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ତିନିଜଣଙ୍କର ପଜିଟିଭ ରିପୋର୍ଟ ଆସିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୯ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ଅର୍ନିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌରପରିଷଦ ଓ ବାଲିମେଳା ସହରକୁ କଟଂନେମେଟଂ ଜୋନ ଘୋଷଣା କରାଯାଇ ଦୋକାନବଜାର ଓ ଯାନବାହନ ଚଳାଚଳା ବନ୍ଦକରିଦିଆ ଯାଇଛି । ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୧ ହୋଇଥିବା ବେଳେ ସଥିମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୮୫ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ପୌରାଚଂଳକୁ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଘୋଷଣା କରାଯାଇ ଥିବା ବେଳେ କୋଭିଡ୧୯ ନିୟମକୁ ଉଲଘଂନ କରି ମାସ୍କ ନପିନ୍ଧି ସାମାଜିକ ଦୂରତା ଅବଲମ୍ବନ ନକରି ଦୋକାନ ଆଗରେ ପ୍ରବଳ ଭିଡଜମାଇ ଥିବାରୁ ସହରରେ ଥିବା ଭେଙ୍କଟଶ୍ୱର ମେଡିସନ ଷ୍ଟୋର କୁ ତହସିଲଦାର ଡ.ଗୁଣନିଧି ନାୟକ ଓ ଅନ୍ୟାନ ପ୍ରଶାସନିକ ଅଧିକାରୀ ଗୁରୁବାର ରାତ୍ରରେ ସିଲକରିଦେଇଛନ୍ତି । ଦୋକାନ ମାଲିକଙ୍କ ଠାରୁ କୋଭିଡ ନିୟମ ଉଲଘଂନ କରିଥିବାରୁ ୧୦ହଜାରଟଙ୍କା ଜରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି । ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୩୮୧ ରେ ପହଁଚିଗଲାଣି,ସେଥିମଧ୍ୟରୁ ମାଲକାନଗିରି ଓ ବାଲିମେଳା ସହରରେ ଅଧିକ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ପୌରପରିଷଦ ଅଚଂଳର ସାହିବସ୍ତିରେ ସ୍ୱାସ୍ଥ୍ୟକର୍ମୀ,ଆଶା,ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘର ଘରବୁଲି ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ପରିବାର ସଂଖ୍ୟା ଓ କୋଭିଡ ସଂ୍‌କ୍ରମଣ ବିବରଣୀ ସଂଗ୍ରହ ଓ କାହାର କିଛିଲକ୍ଷଣ ଅଛିକି ନାହିଁ ତନ୍ନତନ୍ନ କରି ଯାଚଂ କରି ଗୃହକର୍ତାଙ୍କୁ ଭେଟି ଘରେ କେତେଜଣ ସଦସ୍ୟ ଅଛନ୍ତି,ସେମାନଙ୍କ ସ୍ୱାସ୍ଥ୍ୟବିବରଣୀ ସଂଗ୍ରହ ଚଳାଇଛନ୍ତି , ସେମାନଙ୍କ ଘରକୁ ବାହାରୁ କିଏ ଆସିଛନ୍ତି କି ନାହିଁ ସେ ସଂପର୍କରେ ସୁଚନା ସଂଗ୍ରହକରି କରୋନା ସଂକ୍ରମଣ ଠାରୁ କିପରି ସୁରକ୍ଷିତ ରହିବେ ସେ ସଂପର୍କରେ ଜନ ସଚେତନତା ବାର୍ତା ଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.