Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ୨୪ଟି ନୂଆ କରୋନା ପଜିଟିଭି ଚିହ୍ନଟ,ଭ୍ରାମ୍ୟମାଣ ଟିମଦ୍ୱାରା କୋଭିଡ ପରୀକ୍ଷା

ଜିଲ୍ଲାରେ ୨୪ଟି ନୂଆ କରୋନା ପଜିଟିଭି ଚିହ୍ନଟ,ଭ୍ରାମ୍ୟମାଣ ଟିମଦ୍ୱାରା କୋଭିଡ ପରୀକ୍ଷା

17

ମାଲକାନଗିରି,୨୮ । ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୬୬ କୁ ବୃଦ୍ଧିପାଇଛି ଆକ୍ଟିଭ କେସ । ଆଜିର ୨୪ଜଣ କରୋନା ସଂକ୍ରମଣ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୩ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲିମେଳା ଏନଏସି ଅଚଂଳରୁ ଜଣେ,ମାଲାକନଗିରି ବ୍ଲକ ଅଚଂଳରୁ ଜଣେ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ୪ଜଣ,ମାଥିଲି ବ୍ଲକ ଅଚଂଳରୁ ୩ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୪ଜଣ,କାଲିମେଳା ବ୍ଲକ ଅଚଂଳରୁ ୮ଜଣ, କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୨୪ଜଣଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର ପଜିଟିଭ ଚିହ୍ନଟ ୨୪ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୦ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨୮୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଇତି ମଧ୍ୟରେ ଜିଲ୍ଲାରେ ୨୫ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୨୪ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । କରୋନାର ଦ୍ୱିତୀୟ ଲହରୀ ଲେଉଠିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ମାଲକାନଗିରି ଡିଏନକେ ଛକ,ବାଲିମେଳା ଛକ,ବସଷ୍ଟାଣ୍ଡ,କଲେଜ ଛକ ସହ ବିଭିନ୍ନ ଜନଗହଳି ସ୍ଥାନମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟବିଭାଗ ଟିମ ଦ୍ୱାରା ମାଗଣାରେ ଆଟିଂଜେନ କୋଭିଡ ଟେଷ୍ଟ କରାଯାଉଛି । କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହ ଦୋକାନ ବଜାର ସମ୍ମୁଖରେ ନାଲି ରିବନ ଫିତା ବାନ୍ଧି ଗ୍ରାହକ ମାନଙ୍କ ସାମଜିକଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପ୍ରସାନ ପକ୍ଷରୁ ସତର୍କ ରିହାବାର ବାର୍ତା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.