Home ଓଡ଼ିଶା ଜିଲ୍ଲାରେ ୧୦କୋଟି ଟଙ୍କା ବ୍ୟୟରେ କୃଷିଭିତିକ ଶିଳ୍ପ ସହ ସ୍ୱାଭିମାନ ଅଚଂଳରେ ୫କୋଟି ଟଙ୍କାର ହଳଦୀଗୁଣ୍ଡ...

ଜିଲ୍ଲାରେ ୧୦କୋଟି ଟଙ୍କା ବ୍ୟୟରେ କୃଷିଭିତିକ ଶିଳ୍ପ ସହ ସ୍ୱାଭିମାନ ଅଚଂଳରେ ୫କୋଟି ଟଙ୍କାର ହଳଦୀଗୁଣ୍ଡ ପ୍ରକଳ୍ପ ପ୍ରତିଷ୍ଟା କରାଯିବ

86

ମାଲକାନଗିରି,୪ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକୁ ସବୁ କ୍ଷେତ୍ରରେ ଉନ୍ନତିକରିବାସହିତ ରାଜ୍ୟର ଏକ ନମ୍ବର ଜିଲ୍ଲାଭାବେ ପ୍ରତିଷ୍ଟାକରି ଜିଲ୍ଲାର ଉନ୍ନତି ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ସହିତ ଜିଲ୍ଲାବାସୀ ଙ୍କ ର ସହ ଯୋଗର ଆବଶ୍ୟକ ରହିଛି,ଜିଲ୍ଲାରେ ୯୦ଏକର ଜମିରେ ୧୦କୋଟି ଟଙ୍କା ବ୍ୟୟଅଟକଳରେ କୁଷିଭିତିକ ଶିଳ୍ପ ପ୍ରତିଷ୍ଟା କରାଯିବ,ଜିଲ୍ଲା ସଦରମହକୁମା ର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲ୍ଲାପାଳକାର୍ଯ୍ୟାଳୟ ସମ୍ମୁଖରେ ଥିବା ବିବିଗୁଡା ପୁସ୍କରଣୀ ଚତୁ ର୍ପାଶ୍ୱର୍ରେ ପ୍ରାତ ଓ ସନ୍ଧ୍ୟାଭ୍ରମଣ ପାଇଁ ପାଦଚଲା ପଥ,ଶିଶୁ ଉଦ୍ୟାନ,ଜିମ,ବ୍ୟାୟମଶାଳା ସହିତ ପୁସ୍କରଣୀରେ ବୋଟିଂ ବ୍ୟବସ୍ଥା ହେଉଛି । ପ୍ରତେକ ବ୍ଲକରେ ଗୋଟିଏ ଲେଖା ହାଇସ୍କୁଲକୁ ସ୍ୱତନ୍ତ୍ର ଭାବେ କଳାକୃତି ଭିତିକ ଆର୍ଟସ୍କୁଲ ରେ ରୁପାନ୍ତରିଣ କରାଯିବ,ବିଶେଷ କରି ସ୍ୱାଭିମାନ ଅଚଂଳରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ମତ୍ସ ଓ ପନିପରିବା ଚାଷ ପ୍ରତି ଗୁରୁତ୍ୱ ଦିଆ ଯାଇ ଶୀତଳଭଣ୍ଡାର ପ୍ରତିଷ୍ଟା କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ବୀଶାଲ ସିଂ ୨୦୨୨ ନୂତନବର୍ଷର ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ,ଆହୁରି ମଧ୍ୟ ସେ କହିଛନ୍ତି ସ୍ୱାଭିମାନ ଅଚଂଳର ପାରମ୍ପାରିକ ହଳଦୀ ଚାଷ କୁ ଗୁରୁତ୍ୱ ଦିଆ ଯାଇ ସମସ୍ତଚାଷୀ ମାନଙ୍କୁ ସେତୁ ଯୋଜନାରେ ମାଗଣାରେ ହଳଦୀ ବିହନ,ତାଲିମ ସହ ଚାଷପାଇଁ ପ୍ରତ୍ସାହନ ଯୋଗାଇ ଦିଆ ଯିବ, ସ୍ୱାଭିମାନ ଅଚଂଳର ହଳଦୀ ଗୁଡିକ କନ୍ଧମାଳ ହଳଦୀ ଠାରୁ ଉନ୍ନତ ମାନର ହୋଇଥିବାରୁ ଏହାକୁ ବିଶ୍ୱଦରବାରରେ ପହଁଚାଇ ୫କୋଟି ଟଙ୍କା ବ୍ୟୟଅଟକଳରେ ହଳଦୀ ପ୍ରୋସେସିଂ ୟୁନିଟ,ପ୍ୟାକିଙ୍ଗ ୟୁନିଟ ସ୍ଥାପନ କରାଯିବ । ହଳଦୀ ଚାଷ ପାଇଁ ଜଳସେଚନର ବ୍ୟବସ୍ଥା ସହ ଚାଷୀ ମାନଙ୍କୁ ବୈଜ୍ଞାନିକ ପ୍ରଣାଳିରେ ତାଲିମ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି, ସେଠାକାର ଅଧିବାସୀ ମାନେ ଗଜେଂଇ ଚାଷବଦଳରେ ହଳଦୀଚାଷ କରି ସମ୍ମାନର ସହିତ ରୋଜଗାରକ୍ଷମ ହୋଇପାରିବେ । ସ୍ୱାଭିମାନ ଅଚଂଳର ହଳଦୀ ଦେଶ ବିଦେଶ ବଜାରରେ ଯେପରି ଆଦର ଲାଭକରିବ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଇଟଂରନେଟ ଓ େଓ୍ୟବସାଟ ରେ ପ୍ରସାର ଓ ପ୍ରଚାର କରାଯିବ । ବଣ୍ଡାଘାଟି ଓ ସ୍ୱାଭିମାନଅଚଂଳ ରେ କାଜୁ,କଫି,ବାଦାମ,ସପୁରୀ,ହଳଦୀ, ଅଦା,କଦଳୀ,ଲଙ୍କା ଓ ପନିପରିବା ଚାଷ ସହିତ ଅଳସୀ,ରାଶି,ଟୋଲ ତେଲ କଳ ପ୍ରତିଷ୍ଟା କରାଯିବ, ଦୁର୍ଗମ ଅପହଁଚ ଇଲାକାର ପ୍ରତି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇ ପ୍ରତି ପଚାଂୟତ ସଦର ମହକୁମାକୁ ସଂଯୋଗୀକରଣ ର ବ୍ୟବସ୍ଥା ଖୁବ ଶିଘ୍ର ହେବାକୁ ଯାଉଛି ।ସ୍ୱାଭିମାନ ଅଚଂଳରେ ଅତ୍ୟାଧୁନିକ ଶୈଳିରେ ଗୁରୁପ୍ରୀୟା ସେତୁ,ଝୁଲା ପୋଲ ନାର୍ମାଣ ହୋଇ ଅନେକ ବିଛିନ୍ନ ଗ୍ରାମକୁ ସଡକପଥରେ ସଂଯୋଗ ହୋଇପାରିଛି । ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ବିଛିନ୍ନ ହୋଇରହିଥିବା ଗ୍ରାମବାସୀ ମାନେ ଜଳପଥ ଛାଡି ସ୍ଥଳପଥରେ ସିଧାସଳଖ ଭାବେ ଯାନବାହନ ରେ ଯାତାୟତ କରିବାର ସୁବିଧା ପାଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି ।ଏହା ବ୍ୟତିତ ଉତମ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀଙ୍କୁ ୩୦୦ ଶଯ୍ୟାବିଶିଷ୍ଟ ସାତମହଲା ମେଡିକାଲ ପ୍ରତିଷ୍ଟା କରାଯାଇ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଯୋଗାଇଦିଆ ଯାଇଛି,ଏହାବ୍ୟତିତ ବିଭିନ୍ନ ଦୃର୍ଗମ ଅପହଁଚ ଗ୍ରାମଗୁଡିକରେ ମାସକୁ ମାସ ସ୍ୱାସ୍ଥ୍ୟ ସେବାଶିବିର କରା ଯାଇ ଗରିବ ରୋଗୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦିଆ ଯାଉଛି,ଜିଲ୍ଲାରେ କେହି ଭୋକରେ ରହିବେନାହିଁ,ସମମସ୍ତ ଙ୍କୁ କାମ ଯୋଗାଇଦିଆ ଯିବା ସହିତ ଗରିବ ଅସହାୟବୃଦ୍ଧ ବୃଦ୍ଧା ମାନଙ୍କୁ ବାର୍ଦ୍ଦକ୍ୟ ଭତା, ଇନ୍ଦୀରାଆବାସ, ଆବାସ ଯୋଜନା ,ବିଜୁ ଆବାସ ଯୋଜନା,ବିଜୁପକା ଗୃହ ଯୋଗାଇଦିଆ ଯାଇଛି । ଏହା ବ୍ୟତିତ ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ,ଜୀବିକା ନିର୍ବାହ,ଗମନାଗମନ, ପାନୀୟଜଳ,ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ସହିତ ସବୁ ପ୍ରକାର ସରକାରଙ୍କ ଉନ୍ନୟନମୁଳକ କାର୍ଯ୍ୟ ଠିକ ଭାବେ କରାଯାଇ ଅଧୁରା କମାଗୁଡିକୁ ଖୁବ ଶିଘ୍ର ସମ୍ପୁଣ୍ଣ ର୍ କରାଯିବ ବୋଲି ସ୍ୱତନ୍ତ୍ର ସାକ୍ଷାତ କାରରେ ଜିଲ୍ଲାପାଳ ବିଶାଲ ସିଂ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.