Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ଜଣେ ନୂଆ କରୋନା ଆକ୍ରାନ୍ତ ,ସଂକ୍ରମିତ ସଂଖ୍ୟା ୪୯ରେ ପହଁଚିଲା

ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ଜଣେ ନୂଆ କରୋନା ଆକ୍ରାନ୍ତ ,ସଂକ୍ରମିତ ସଂଖ୍ୟା ୪୯ରେ ପହଁଚିଲା

297

ମାଲକାନଗିରି,୧୯ା୬(ଓଡିଆ ପୁଅ ) ମାଲକାନଗରିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢି ୪୯ ରେ ପହଁଚିଲାଣି । ଆକ୍ରାନ୍ତ ମାଲକାନଗିରି ବ୍ଲକ ଗୌଡଗୁଡା ସଙ୍ଗରୋଧର କେନ୍ଦ୍ରରେ ଏହି ଆକ୍ରାନ୍ତ ଚିହ୍ନଟହୋଇ ଥିବା ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀ ଜଣକ ତାମିଲନାଡୁ ଫେରନ୍ତା ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି । ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ ଓ ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ସରପଚଂ ମମତା ମାଢୀ ଙ୍କ ଦ୍ୱାରା ଗୌଡଗୁଡା ସଙ୍ଗରୋଧ କେନ୍ଦ୍ରର ୧୦୦ମିଟର ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି , ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ କ୍ୱାରେଟାଂଇନ କେନ୍ଦ୍ର ନିକଟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ସୁଦ୍ଧାଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଁଚିଲାଣି । ମାଲକାନଗିରି ଜିଲ୍ଲାର ୪୯ କରୋନା ସଂକ୍ରମିତ ଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୨୫ଜଣ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମଣ ଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.