Home ଜିଲ୍ଲା ପରିକ୍ରମା ଜିଲା ସୂଚନା ଅଧିକାର ଅଭିଯାନ କର୍ମୀଙ୍କ ବିକ୍ଷୋଭ

ଜିଲା ସୂଚନା ଅଧିକାର ଅଭିଯାନ କର୍ମୀଙ୍କ ବିକ୍ଷୋଭ

39

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନୟାଗଡର ପରୀ ହତ୍ୟାକାଣ୍ଡର ଦୋଷୀକୁ ଦଣ୍ଡ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ଗିରଫ ଦାବିରେ ଭଦ୍ରକ ଜିଲା ସୂଚନା ଅଧିକାର ଅଭିଯାନ କର୍ମୀମାନଙ୍କର ଏକ ବିକ୍ଷୋଭ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବିଳମ୍ବରେ ହେଲେ ବି ବହୁ ଅନୁଷ୍ଠାନ ପକ୍ଷରୁ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଆନ୍ଦୋଳନମାନ ହୋଇଯାଇଥିବାବେଳେ ଆଜି ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ପରୀକୁ ନ୍ୟାୟ ଦାବି କରି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ଏହାପରେ ଏକ ପ୍ରତିବାଦ ସଭାରେ ବକ୍ତାମାନେ ମନ୍ତ୍ରୀଙ୍କ ସହ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ବାବୁଲି ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବା ନେଇ ଦାବି ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.