Home ଜିଲ୍ଲା ପରିକ୍ରମା ଜିଲା ପରିମଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭଦ୍ରକ ବ୍ଲକ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଜିଲା ପରିମଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭଦ୍ରକ ବ୍ଲକ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

28

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ପରିମଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭଦ୍ରକ ବ୍ଲକ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସ୍ୱଚ୍ଛ ଭଦ୍ରକ, ସୁସ୍ଥ ଭଦ୍ରକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନର ଆଜାଦିକା ଅମ୍ରିତ ମହୋତ୍ସବର ଏକ ସଚେତନତା ରଥକୁ ଆନୁଷ୍ଠାନିକ ଭାବେ ଅତିରିକ୍ତ ଜିଲାପାଳ ଅରୁଣ ମହାପାତ୍ର ପାତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ସଚେତନତା କାର୍ଯ୍ୟକ୍ରମରେ ପିଡି ଇନ୍ଦ୍ରମଣି ନାୟକ, ବିଡିଓ ମନୋଜ ବେହେରାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀମାନେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ରଥ ଭଦ୍ରକ ବ୍ଲକ୍‌ରେ ୨୦ ରୁ ଉର୍ଦ୍ଧ୍ୱ ଗ୍ରାମପଞ୍ଚାୟତରେ ପରିଭ୍ରମଣ କରି ସଚେତନତା ବାର୍ତ୍ତା ପହଞ୍ଚାଇବ । ତେବେ ସମସ୍ତେ ପରିବେଶକୁ ସୁସ୍ଥ ରଖିବା ଓ ସୁସ୍ଥ ରହିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.