Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ପୌର କର୍ମଚାରୀ

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ପୌର କର୍ମଚାରୀ

32

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଗତକାଲି ଠାରୁ ଭଦ୍ରକ ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ପୌର କର୍ମଚାରୀମାନେ ଆଜି ଦିନ ୧ଟାରେ ଆନ୍ଦୋଳନରୁ ଓହରିଯାଇଛନ୍ତି। ପୌର କର୍ମଚାରୀ ସଂଘର ପ୍ରମୋଦ ପାଣିଗ୍ରାହୀ, ଇଂ ଦେବବ୍ରତ ପାଢୀ, ଇଂ ଲାଲା ଦେବାଶିଷ ରାୟ ପ୍ରମୁଖ କର୍ମଚାରୀମାନେ ଆଜି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି। ଜିଲାପାଳ ଶ୍ରୀ ବୋନ୍ଦର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିବା ପରେ ପୌର କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିନେଇଛନ୍ତି। ପ୍ରକାଶଯୋଗ୍ୟ ଗତକାଲି (ଗୁରୁବାର) ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ବିରୋଧ କରି ପୌରାଞ୍ଚଳର ବହୁ ମହିଳା ଓ ପୁରୁଷ ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାରୀଙ୍କୁ ଦେବାପାଇଁ ଆସିଥିଲେ। ଦାବିପତ୍ର ନେବାକୁ ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସନ୍ନ ରାଉତ ବାହାରକୁ ଆସିବା ପରେ ହିତାଧିକାରୀମାନେ ତାଙ୍କୁ ଘେରାଉ କରି ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କିଛି ସମୟ ଧରି ପୌରପାଳିକା ପରିସରରେ ଅଶାନ୍ତ ବାତ୍ତାବରଣ ସୃଷ୍ଟି ହୋଇଥିଲା। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ଆଶଙ୍କା କରି ପୁଲିସ୍ ପୌର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟଣାକୁ ବିରୋଧ କରି ପୌର କର୍ମଚାରୀମାନେ ଅଫିସ୍ କାର୍ଯ୍ୟ ଛାଡି ଗୁରୁବାର ଧାରଣାରେ ବସିଥିଲେ। ପ୍ରକାଶଯୋଗ୍ୟ ଭତ୍ତା ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନଗଦ ଟଙ୍କା ପ୍ରଦାନ ପରିବର୍ତ୍ତେ ଅନଲାଇନ ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ସରକାରୀ ବ୍ୟବସ୍ଥା ରହିଛି। ଅପରପକ୍ଷରେ ବୁଢା, ବୁଢି, ଶାରୀରିକ୍ଷକ ଅକ୍ଷମ ଲୋକଙ୍କୁ ସ୍ୱତନ୍ତ୍ର ମେସେଞ୍ଜରଙ୍କ ଜରିଆରେ ତାଙ୍କ ଘରେ ଭତ୍ତା ଦେବାର ସରକାରୀ ନିର୍ଦ୍ଦେଶ ରହିଛି। ଏହି ବ୍ୟବସ୍ଥା ଅନୁଯାୟୀ ନିର୍ବାହୀ ଅଧିକାରୀ ଭତ୍ତା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ପୌରପାଳିକାର କେତେକ ହିତାଧିକାରୀ ପୌର କାର୍ଯ୍ୟାଳୟରେ ଗତକାଲି ଏଭଳି ଅଶାନ୍ତ ବାତ୍ତାବରଣ ସୃଷ୍ଟି କରିଥିବାର ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.