Home ଓଡ଼ିଶା ଜିଓଫାଇବର ସେବା ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଓ ଭବାନୀପାଟଣା ସହରକୁ ସମ୍ପ୍ରସାରିତ

ଜିଓଫାଇବର ସେବା ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଓ ଭବାନୀପାଟଣା ସହରକୁ ସମ୍ପ୍ରସାରିତ

106

– ଜିଓଫାଇବର ସଂପ୍ରତି ଓଡ଼ିଶାର ୧୮ରୁ ଅଧିକ ସହର ଓ ନଗରରେ ଉପଲବ୍ଧ
– ଜିଓଫାଇବର ନୂଆ ପ୍ଲାନ୍ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ବାସ୍ତବରେ ଅସୀମିତ ହାଇ-ସ୍ପିଡ ଡାଟା, ନୂତନ ଗ୍ରାହକଙ୍କ ପାଇଁ ୩୦ଦିନର ମାଗଣା ଟ୍ରାଏଲ ସୁବିଧା ପ୍ରଦାନ କରୁଛି

ଭୁବନେଶ୍ୱର ୨୮-୧୦ (ଓଡ଼ିଆ ପୁଅ) : ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଜିଓଫାଇବର ଓଡ଼ିଶାରେ ତାହାର ସେବାକୁ ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ଭବାନୀପାଟଣା ସହରକୁ ପରିବ୍ୟାପ୍ତ କରିଛି। ରାଜ୍ୟରେ ନିଜର ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ଓଡ଼ିଶାର ସହର ଓ ନଗରାଞ୍ଚଳରେ ପର୍ଯ୍ୟାୟକ୍ରମେ ସେବା ଆରମ୍ଭ କରୁଛି ଏବଂ ସମ୍ପ୍ରତି ଏହା ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନଗୁଳ, ପୁରୀ ଓ ଜଟଣୀ ଆଦି ସମେତ ଓଡ଼ିଶାର ୧୮ଟି ସହର ଓ ନଗରର ପ୍ରମୁଖ ଅଞ୍ଚଳଗୁଡିକରେ ଉପଲବ୍ଧ ହୋଇଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଜିଓଫାଇବର ସେବା ବ୍ରହ୍ମପୁର ଓ ଜୟପୁର ସହରରେ ପ୍ରଚଳନ କରାଯିବା ଯୋଜନା ରହିଛି।

ଜଗତସିଂହପୁର ସହରରେ ଜିଓଫାଇବର ସେବା ସମ୍ପ୍ରତି ବସଷ୍ଟାଣ୍ଡ ଅଞ୍ଚଳ, କଲେଜ ଛକ, ହାଟବଜାର, ଜୟବଡ, ବଡବଜାର, ସାନବଜାର, କୋର୍ଟଛକ, ଗାଲୁପଡା ଓ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ହେଉଛି ଏବଂ ଏହା ସହରର ଅନ୍ୟାନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ ହେଉଛି। କେନ୍ଦୁଝର ସହରକୁ ନିଜର ସେବା ପରିବ୍ୟାପ୍ତ କରି ଜିଓଫାଇବର ସମ୍ପ୍ରତି ସହରର ବଡହଳ, ମାଗୁରଗାଡିଆ, କମାରଗଡା, ଟିକରଗୁମୁରା, ଗାନ୍ଧୀ ଛକ, ସିରାଜୁଦ୍ଦିନ ଛକ, ଡିଡି କଲେଜ ରୋଡ ଏବଂ ଆଖପାଖ ଅଞ୍ଚଳରେ ଉପଳବ୍ଧ ହେଉଛି।

ଅନୁରୂପ ଭାବରେ ଜିଓଫାଇବର ସେବା ରାୟଗଡା ସହରର କପିଳାସ ରୋଡ, ଗାନ୍ଧୀନଗର, ନେହରୁ ନଗର, ଇନ୍ଦିରା ନଗର, ଅଶୋକ ନଗର, ୟୁଜିଏମଆଇଟି ଛକ, ଉଦୟ ପ୍ଲାଜା, ଗାୟତ୍ରୀ ନଗର, ନ୍ୟୁ-କଲୋନି, କଲେଜ ରୋଡ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେଉଛି। ଭବାନୀପାଟଣାରେ ଜିଓଫାଇବର ସେବା ସଂପ୍ରତି ରାମନଗର ପଡା, ନୂଆପଡା, ଇରିଗେସନ କଲୋନି, ଶର୍ମା କଲୋନି, ଚୋରିହାରିପଡା, ତାରିଣୀ ମନ୍ଦିର ରୋଡ୍ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେଉଛି। କୋରାପୁଟ ସହରର ପୂଜାରୀପୁଟ, ବିଶ୍ୱାଳ କଲୋନୀ, ଜାନିଗୁଡା, ଶାନ୍ତିନଗର, ଗୌତମ ନଗର, ମାଳି ସାହି ଏବଂ ଆଖପାଖ ଅଞ୍ଚଳରେ ଜିଓଫାଇବର ସେବା ଆରମ୍ଭ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ପ୍ରତ୍ୟେକ ଭାରତୀୟ ଘରକୁ ଡିଜିଟାଲ ଭାବରେ ସଶକ୍ତ କରିବା ସକାଶେ ନିକଟରେ ଏାହାର ତାରିଫ୍ ପ୍ଲାନ୍‌ରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏତଦ୍ଦ୍ୱାରା ଏହା ନିଜର ଗ୍ରାହକଙ୍କ ଆଗ୍ରହକୁ ସୁଦୃଢ କରିବା ତଥା ‘ନୟେ ଇଣ୍ଡିଆ କା ନୟା ଜୋଶ୍‌’ ମନ୍ତ୍ରରେ ପୁନଃ ଶକ୍ତିଶାଳୀ କରିଛି। ଏଭଳି ଆହ୍ୱାନମୂଳକ ସମୟରେ ଭରସାଯୋଗ୍ୟ ଇଂଟରନେଟ ସଂଯୋଗ ଏକ ଜରୁରୀ ଆବଶ୍ୟକତା ପାଲଟିଥିବା ସମୟରେ ଜିଓଫାଇବର ନୂଆ ପ୍ଲାନଗୁଡିକ ବାସ୍ତବରେ ଅସୀମିତ ଇଂଟରନେଟ, ଅସୀମିତ ଭଏସ କଲ୍‌, ଉଭୟ ଅପ୍‌ଲୋଡ ଏବଂ ଡାଉନଲୋଡ କ୍ଷେତ୍ରରେ ସମାନ ସ୍ପିଡ (ସିମେଟ୍ରିକ ସ୍ପିଡ) ସହିତ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ସୁଲଭ ମୂଲ୍ୟର ପ୍ଲାନ୍ ଓ ସେବା ଯୋଗାଇ ଦେଉଛି। ଜିଓଫାଇବର ଏହାର ନୂଆ ଗ୍ରାହକମାନଙ୍କ ପାଇଁ ପ୍ରଥମ ଥର ସର୍ତ୍ତର୍ବିହୀନ ୩୦ଦିନର ମାଗଣା ଟ୍ରାଏଲ ସୁଯୋଗ ପ୍ରଚଳନ କରିଛି, ଯେଉଁଥିରେ ଏହା ଗ୍ରାହକଙ୍କୁ ୩୦ଦିନ ପାଇଁ ମାଗଣାରେ ୧୫୦ ଏମ୍‌ବିପିଏସ୍ ସ୍ପିଡ୍‌ରେ ଅସୀମିତ ଇଂଟରନେଟ ସହିତ ୧୦ଟି ପ୍ରମୁଖ ଓଟିଟି ଆପ୍ ବ୍ୟବହାର ସୁଯୋଗ ମାଗଣାରେ ଯୋଗାଇଦେଉଛି ଏବଂ ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ଇଚ୍ଛାକରନ୍ତି ତେବେ ଏହା ଉକ୍ତ ସଂଯୋଗ ଫେରସ୍ତ ନେବାର ବିକଳ୍ପ ମଧ୍ୟ ରଖୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.