Home ଓଡ଼ିଶା କରୋନା ପରବର୍ତ୍ତୀ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ

କରୋନା ପରବର୍ତ୍ତୀ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ

53

‘ଇଣ୍ଡିଆ ଏନର୍ଜି ଫୋରମ’ର ଚତୁର୍ଥ ସଂସ୍କରଣର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
– ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ
– କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଉଦିଆରବର ଉର୍ଜା ମନ୍ତ୍ରୀ, ଆମେରିକାର ଉର୍ଜା ସଚିବ ଏବଂ ବିଶ୍ୱର ପ୍ରମୁଖ ଶିଳ୍ପ ସିଇଓ
– ଦ୍ୱିତୀୟ ଦିନରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା- ଡାନିଏଲ୍ ୟରଗେନଙ୍କ ଲିଖିତ ପୁସ୍ତକ “ଦ ନିୟୁ ମ୍ୟାପ” ଲୋକାର୍ପିତ
– ବିଶ୍ୱ ଉର୍ଜା ଚାହିଦାର ନେତୃତ୍ୱ ନେବ ଭାରତ
– ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ବିଶ୍ୱର ତୈଳ ଏବଂ ଗ୍ୟାସର ଶିଳ୍ପପତିଙ୍କୁ ଆହ୍ୱାନ
– କଠିନ ସମୟରେ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଇଛି
– ‘ଇଣ୍ଡିଆ ଏନର୍ଜି ଫୋରମ’ ବିଶ୍ୱର ଶିଳ୍ପପତି ମାନଙ୍କୁ ଦେଶର ଉର୍ଜା କ୍ଷେତ୍ର ସହ ଯୋଡିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୨୭ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍ ୧୯ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଉର୍ଜା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଅନେକ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସେରା ଉଇକ୍ ‘ଇଣ୍ଡିଆ ଏନର୍ଜି ଫୋରମ’(ଆଇଇଏଫ)ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା- ଡାନିଏଲ୍ ୟରଗେନଙ୍କ ଦ୍ୱାରା ଉର୍ଜା ଉପରେ ଲିଖିତ ପୁସ୍ତକ “ଦ ନିୟୁ ମ୍ୟାପ” ର ଲୋକାର୍ପିତ ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଉର୍ଜା କ୍ଷେତ୍ରକୁ ଆଗକୁ ନେବା ପାଇଁ ଏଭଳି କାର୍ଯ୍ୟକ୍ରମ ଭାରତରେ ଆୟୋଜନ ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଦେଶର ଉର୍ଜା ସୁରକ୍ଷା ଭିତ୍ତିଭୂମିକୁ ସଦୃଢ଼ କରିବ। ସେହିପରି କୋଭିଡ୍୧୯ ସତ୍ତ୍ୱେ ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ବିଶ୍ୱ ଅର୍ଥନୀତି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏହା ଅନେକ ସୁଯୋଗ ଓ ସମ୍ଭାବନା ମଧ୍ୟ ଆଣିଦେଇଛି। ଭାରତ ସରକାରଙ୍କର ଉର୍ଜା ଏଜେଣ୍ଡା ସମ୍ମିଳିତ, ବଜାରଭିତ୍ତିକ ଏବଂ ଜଳବାୟୁ ଆଧାରିତ।

ନିକଟ ବର୍ଷ ମାନଙ୍କରେ ଭରତୀୟ ତୈଳ ଏବଂ ଗ୍ୟାସ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଇଛି ଏବଂ ଇନ୍ଧନ ଯୋଗାଣକୁ ନିଶ୍ଚିତ କରାଯାଇଛି। ଭାରତର ଏହି ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି। ଇଣ୍ଡିଆ ଏନର୍ଜି ଫୋରମ ଭାରତ ଉର୍ଜା କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ଲାଟଫର୍ମ ଯୋଗାଇବ। ଏହା ବିଶ୍ୱର ଶିଳ୍ପପତି ମାନଙ୍କୁ ଦେଶର ଉର୍ଜା କ୍ଷେତ୍ରରେ ଯୋଡ଼ି ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ।

ଉଲ୍ଲେଖନୀୟ ଯେ, ସୋମବାର ସେରା ଉଇକ୍ ପକ୍ଷରୁ ଆୟୋଜିତ ‘ଇଣ୍ଡିଆ ଏନର୍ଜି ଫୋରମ’(ଆଇଇଏଫ)ର ଚତୁର୍ଥ ସଂସ୍କରଣକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଭାରତର ଉର୍ଜା ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସୁରକ୍ଷିତ। ଭାରତର ଉର୍ଜା ଶକ୍ତି ବିଶ୍ୱକୁ ଉଜ୍ଜିବୀତ କରିବ ତଥା ବିଶ୍ୱ ଉର୍ଜା ଚାହିଦାର ନେତୃତ୍ୱ ଭାରତ ନେବ। ଭାରତ ବିଶ୍ୱାସ କରେ ଉର୍ଜା ନିହାତି ଭାବେ ସୁଲଭ ଏବଂ ବିଶ୍ୱାସନୀୟ ହେବା ଦରକାର। ଆମେ ଶକ୍ତି କ୍ଷେତ୍ରକୁ ଏଭଳି ଭାବରେ ଦେଖୁ ଯାହା ଲୋକଙ୍କୁ ସଶକ୍ତ ଏବଂ ଜୀବନକୁ ସୁଗମ କରିଥାଏ। ଅକ୍ଷୟ ଉର୍ଜା ଉତ୍ସକୁ ଆଗକୁ ନେବାରେ ଭାରତ ସବୁଠାରୁ ସକ୍ରିୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଛି।

ଏହି କାର୍ଯ୍ୟକ୍ରମରେ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲଅଜିଜ୍, ଆମେରିକାର ଉର୍ଜା ସଚିବ ଡ୍ୟାନ ବ୍ରୌଲିଟ୍, ତଥା ବିଶ୍ୱ ଏବଂ ଭାରତର ତୈଳ ଓ ଗ୍ୟାସ କମ୍ପାନୀର ଶିଳ୍ପ ପ୍ରମୁଖ ଓ ସଇଓ ଭିସି ଜରିଆରେ ସାମିଲ ହୋଇଥିଲେ। ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ବିଶ୍ୱର ତୈଳ ଏବଂ ଗ୍ୟାସର ଶିଳ୍ପପତିଙ୍କୁ ଆହ୍ୱାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.