Home ଓଡ଼ିଶା ଜାଲ୍ ଜାତିଗତ ପ୍ରମାଣପତ୍ରରେ ଶିକ୍ଷକ ନିଯୁକ୍ତି : ଶିକ୍ଷକ ପୂର୍ଣଚନ୍ଦ୍ର ଯେନାଙ୍କ ବିରୁଦ୍ଧରେ ରୁଜୁ ହେଲା...

ଜାଲ୍ ଜାତିଗତ ପ୍ରମାଣପତ୍ରରେ ଶିକ୍ଷକ ନିଯୁକ୍ତି : ଶିକ୍ଷକ ପୂର୍ଣଚନ୍ଦ୍ର ଯେନାଙ୍କ ବିରୁଦ୍ଧରେ ରୁଜୁ ହେଲା ମାମଲା

318

କୋଦଳା : ୧୬/୦୯ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ମୁଣ୍ଡୁଳା ରତ୍ନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ଯେନା ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ବିଇଡି ରେ ନାମ ଲେଖାଇବା ଏବଂ ପରେ ନିଯୁକ୍ତି ପାଇଥିବା ସମ୍ପର୍କରେ ସମସ୍ତ ପ୍ରମାଣ ସହିତ ୧୬ ଫେବୃୟାରୀ ୨୦୧୯ ରେ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାକୁ ନେଇ କୌଣସି ଠୋସ୍ ପଦକ୍ଷେପ ନେଇ ନଥିବା ବେଳେ ସଂପୃକ୍ତ ଅନୁଷ୍ଠାନ ହିଁ ଯାହା କାର୍ଯାନୁଷ୍ଠାନ ନେଇ ପାରିବ ବୋଲି ସେ କହିଥିଲେ। ଏନେଇ ଗଂଜାମ ଜିଲ୍ଲାପାଳଙ୍କ ସମେତ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, କ୍ରାଇମବ୍ରାଞ୍ଚ, ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ କରିଥିଲା ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ।ଶିକ୍ଷକ ପୂର୍ଣଚନ୍ଦ୍ର ଯେନା ଦିବାକର ପଟ୍ଟନାୟକ ଉଚ୍ଚତମ ଶିକ୍ଷା ଗବେଷଣା ପ୍ରତିଷ୍ଠାନ, କନିଷି ଠାରେ ସଂପୃକ୍ତ ଶିକ୍ଷକ ବିଇଡି ନାମ ଲେଖାଇଥିବା ବେଳେ ସୂଚନା ତଥ୍ଯ ଆଧାରରେ ସେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ସ୍ପଷ୍ଟ ଜଣାପଡିଥିଲା। ଏନେଇ ମଞ୍ଚ ପକ୍ଷରୁ ସଂପୃକ୍ତ ଅନୁଷ୍ଠାନକୁ ଅଭିଯୋଗ କରାଯିବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ଅନୁସାରେ ଗୋଳନ୍ଥରା ପୋଲିସ ଅଭିଯୁକ୍ତ ଜାଲ୍ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଭାରତୀୟ ଦଣ୍ଡ ବିଧି ଆଇନ୍ ୧୮୬୦ ଅନୁସାରେ ଦଫା ନମ୍ବର ୪୨୦,୪୬୮, ୪୭୧ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ଦେଖିବାକୁ ରହିଲା ୧୨ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି ଜାଲ୍ ଶିକ୍ଷକଙ୍କ ବିରୁଦ୍ଧରେ ଆଗକୁ ଆଉ କି ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.