Home ଓଡ଼ିଶା ଜାରି ହେଲା ରେଡ୍ ୱର୍ଣ୍ଣିଂ

ଜାରି ହେଲା ରେଡ୍ ୱର୍ଣ୍ଣିଂ

727

ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ  ସ୍ଥିତି ଏଭଳି ହେଲାଣି ଯେ, ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ।  ତେବେ ବର୍ଷା ଆସନ୍ତାକାଲି ବି ଜାରି ରହିବ ବୋଲି ସୂଚନା ମିଳିଛି । ଫଳ ସ୍ବରୂପ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏଥିପାଇଁ କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.