Home Top News ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

74

ମହାମହିମ,

ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି। ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି। କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି। ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ କଳ୍ପନା ସୁଦ୍ଧା କରିପାରିନଥିଲି।

ଆବେ ସାନ ଏବଂ ତାଙ୍କ ସହ ଆପଣ ମଧ୍ୟ ବିଦେଶ ମନ୍ତ୍ରୀ ଭାବେ ଭାରତ ଏବଂ ଜାପାନ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇ ଯାଇଛନ୍ତି। ଅନେକ କ୍ଷେତ୍ରରେ ଏହି ସମ୍ପର୍କକୁ ଅଧିକ ବିସ୍ତାରିତ କରିଛନ୍ତି। ଆମର ବନ୍ଧୁତା, ଭାରତ- ଜାପାନ ମୈତ୍ରୀ ବିଶ୍ବସ୍ତରରେ ଏକ ପ୍ରଭାବ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି। ଆଉ ଏ ସବୁ ପାଇଁ ଆଜି ଭାରତର ଜନସାଧାରଣ ଆବେ ସାନଙ୍କୁ ଖୁବ୍‌ ମନେ ପକାଉଛନ୍ତି, ଜାପାନକୁ ମନେ ପକାଉଛନ୍ତି। ଭାରତ ସବୁବେଳେ ଏକ ପ୍ରକାରରେ ତାଙ୍କର ଅନୁପସ୍ଥିତି ଜନିତ ଶୂନ୍ୟସ୍ଥାନକୁ ଅନୁଭବ କରୁଛି।

କିନ୍ତୁ ମୋର ବିଶ୍ବାସ ରହିଛି ଯେ ଆପଣଙ୍କ ନେତୃତ୍ବରେ ଭାରତ- ଜାପାନ ସମ୍ପର୍କ ଆହୁରି ଅଧିକ ନିବିଡ଼ ହେବ, ଆହୁରି ଅଧିକ ଉଚ୍ଚତା ଛୁଇଁବ। ଆମେ ବିଶ୍ବର ସମସ୍ୟା ସମାଧାନ କରିବାରେ ଏକ ଉପଯୁକ୍ତ ଭୂମିକା ନିର୍ବାହ କରିବା ଲାଗି ସକ୍ଷମ ହୋଇପାରିବୁ, ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.