Home Top News କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ : ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ...

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ : ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17

– ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରତିଶ୍ରୁତି
– ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ସାଲେପୁର ଓ ମାହାଙ୍ଗାର ୩୦ଟି ପଞ୍ଚାୟତର ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୮ (ଓଡ଼ିଆ ପୁଅ) – ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ କରିବା ସହ ସାକ୍ଷାତ୍ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଶ୍ରୀ ପ୍ରଧାନ ଶ୍ରୀ ଗଡକରୀଙ୍କୁ ପ୍ରଦାନ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଳାଶୁଣି ଛକରେ ଗୋବରୀ ନାଳ ଉପରେ ଥିବା ଏହି ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି। ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି। ଜନବସତି ଅଞ୍ଚଳ ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହେଉଛି। ପ୍ରତି ବର୍ଷ ଏହି ଅଞ୍ଚଳର ଲୋକମାନେ ବନ୍ୟା ଭଳି ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ୮ ଲେନରେ ପରିଣତ ହେବାକୁ ଯାଉଛି ଏବଂ ଏହି ସଡ଼କ ପଥର ସମ୍ପ୍ରସାରଣ ହେବା ଦ୍ୱାରା ଯାତାୟତ ସୁଗମ ହେବା ସହ ଅର୍ଥନୈତିକ କୋରିଡରକୁ ମଧ୍ୟ ଗତି ଦେବ। ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ମନ୍ତ୍ରୀ ଗଡକରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.