Home ଜିଲ୍ଲା ପରିକ୍ରମା ଜାନୁଗଞ୍ଜ ଦୁର୍ଗାପୂଜା କମିଟି ତରଫରୁ ମହତ ରକ୍ତଦାନ ଶିବିର ଅନୁଷ୍ଠିତ

ଜାନୁଗଞ୍ଜ ଦୁର୍ଗାପୂଜା କମିଟି ତରଫରୁ ମହତ ରକ୍ତଦାନ ଶିବିର ଅନୁଷ୍ଠିତ

21

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ-ଜୀବନ ଦାନ। ଏହି ପ୍ରସଂଗର ମର୍ମକୁ ବୁଝି କେବଳ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି ଗତ ତିନି ବର୍ଷଧରି ଜାନୁଗଞ୍ଜ ଦୂର୍ଗାପୂଜା କମିଟି ତରଫରୁ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ କରାଯାଉଅଛି। ଏହି ଧାରାକୁ ବଜାୟ ରଖି ଉକ୍ତ ଦୂର୍ଗାପୂଜା କମିଟିର ବରିଷ୍ଠ ସଭ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବିଶିଷ୍ଠ ଭେଷଜ ବିଶାରଦ ଡା. ରବିନ୍ଦ୍ର କୁମାର ନାୟକ ଓ ମୁଖ୍ୟଅତିଥିଭାବେ ମାନ୍ୟବର ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଓ ଏହାର ମହତ୍ୱ ସମ୍ପର୍କରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅତୁଲ କୁମାର ଦେ, ଅନ୍ୟତମ ଉପଦେଷ୍ଟା ଅନିଲ୍ କୁମାର ଦେ, ପ୍ରବୀର କୁମାର ଦତ୍ତ ଓ ଯୁବନେତା ରାକେଶ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଉକ୍ତ ଅନୁଷ୍ଠାନର ସଭାପତି ପ୍ରଣୟ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ଦାସ, ସଭ୍ୟ ରାଜେଶ କୁମାର ନନ୍ଦୀ ଓ ଅନ୍ୟମାନେ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟୀତ୍ୱ ନେଇଥିଲେ। ପ୍ରଥମ ଗ୍ରୁପ୍‌ର ରକ୍ତଦାତା ଭାବରେ ସତ୍ୟ ସୁନ୍ଦର ପାତ୍ର, ଲକ୍ଷ୍ମୀଧର ବିଶ୍ୱାଳ ଓ କମିଟିର ସମ୍ପାଦକ ପ୍ରଦୀପ କୁମାର ଦାସ ବ୍ୟକ୍ତିଗତଭାବେ ରକ୍ତଦାନ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ସୁଚାର ରୂପେ ସମ୍ପାଦନ କରିଥିଲେ। ଆଜିର ରକ୍ତଦାନ ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ମହାପାତ୍ର ମେସ୍‌ର ସମସ୍ତ ଅନ୍ତେବାସୀ ମାନେ ଆଜିର କାର୍ଯ୍ୟକ୍ରମରେ ରକ୍ତଦାନ କରିଥିଲେ। ସେହି ମେସ୍‌ର ଉତ୍ସାହୀ ଛାତ୍ର ଶ୍ରୀ ମାନସ କୁମାର ପରିଡ଼ା ସ୍ୱେଚ୍ଛାକୃତ ରକ୍ତଦାନ ସହିତ ନିଆରା ଢ଼ଙ୍କରେ ସେହି ସ୍ଥାନରେ ନିଜର ଜନ୍ମଦାନ ପାଳନ କରିଥିଲେ। ଉକ୍ତ ଅନୁଷ୍ଠାନ ତରଫରୁ ସମସ୍ତଙ୍କ ପାଇଁ ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଉକ୍ତ ଦୂର୍ଗାପୂଜା କମିଟି ତରଫରୁ ଭଦ୍ରକ ରକ୍ତ ଭଣ୍ଡାର ଓ ମେଡ଼ିକାଲ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.