Home ଜିଲ୍ଲା ପରିକ୍ରମା ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ସାରସ୍ୱତ ସାଧକ ମହିମା ମଣ୍ଡିତ କରିଛନ୍ତି, ଭଦ୍ରକ ମହୋତ୍ସବ ଓ...

ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ସାରସ୍ୱତ ସାଧକ ମହିମା ମଣ୍ଡିତ କରିଛନ୍ତି, ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ନବମ ସଂଧ୍ୟା

17

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସାରସ୍ୱତ ସାଧକ ଓଡ଼ିଆ ନାଟ୍ୟ ଜଗତକୁ ମହିମା ମଣ୍ଡିତ କରିଛନ୍ତି। ମୋଗଲ ତାମସାର ରଚୟିତା କବି ବଂଶୀ ବଲ୍ଲଭ ଗୋସ୍ୱାମୀ ଆଜି ଗୀତିନାଟ୍ୟକାର ଲୋକ କବି ଜଗନ୍ନାଥ ପାଣି, ଯାତ୍ରା ନାଟକର ସ୍ରଷ୍ଟା ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବ କବି କୃଷ୍ଣ ପ୍ରସାଦ ବେହେରା, ଯାତ୍ରା ସମ୍ରାଟ ଶ୍ୟାମ ସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା, ବେତାର ନାଟ୍ୟକାର ସୁଧାକର ନନ୍ଦ, ଗୀରିଶ କୁମାର ନାୟକ, ଦୂରଦର୍ଶନ ନାଟ୍ୟକାର ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟାପକ ସୁଧାଂଶୁ କୁମାର ନାୟକ, ସିନେମା ନାଟ୍ୟକାର ବସନ୍ତ ମହାପାତ୍ର, ଗୀତିକାର ପାର୍ଥ ସାରଥୀ ମହାପାତ୍ର, ନରସିଂହ ମହାପାତ୍ର ପ୍ରମୁଖ ଓଡ଼ିଆ ନାଟ୍ୟ ଜଗତରେ ସ୍ୱର୍ଣ୍ଣାଭ ସ୍ୱାକ୍ଷର ଆଙ୍କି ପାରିଛନ୍ତି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଅଷ୍ଟମ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ସଂଗ୍ରାମୀ ଭାଗବତ ସାହୁଙ୍କ ସ୍ମୃତିରେ ଉତ୍ସର୍ଗୀତ ଏହି ସଂଧ୍ୟାରେ ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ଅନାବନା ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ଅଧ୍ୟାପକ ନୀହାର ରଂଜନ କର ପୌରୋହିତ୍ୟ କରିଥିଲେ।

ବିଶିଷ୍ଟ ସମାଜସେବୀ ଓ ଚିକିତ୍ସାବିତ୍ ଡା. ପ୍ରଦୀପ କୁମାର ନାୟକ ମୁଖ୍ୟ ଅତିଥି, ନାଟ୍ୟକାର ଅଧ୍ୟାପକ ସୁଧାଂଶୁ କୁମାର ନାୟକ ମୁଖ୍ୟବକ୍ତା, ଗୀତିକାର ପଞ୍ଚାନନ ନାୟକ, ସଂଗୀତ ସାଧକ ରାମନାରାୟଣ ମହାନ୍ତି, ନାଟ୍ୟ ସାରଥି ସାରଥୀ ପଣ୍ଡା, ଅଭିନେତା ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଅଧ୍ୟାପିକା ଡ. ମମତା ସାହୁ, ମଞ୍ଚ କଳାକାର କାଳନ୍ଦୀ ଚରର ମଲ୍ଲିକ, ଅଭିନେତ ଓ ସଂଗଠକ ଗୌରାଙ୍ଗ ଚନ୍ଦ୍ର ବାିକ, ଆକାଶବାଣୀ ଗୀତିକାର ଅଭୟ ସୂତାର, ଉତ୍ସର୍ଗର ସଭାପତି ସାମ୍ବାଦିକ ଅପୂର୍ବ ରଞ୍ଜନ ବେହେରା ପ୍ରମୁଖ ବରେଣ୍ର ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ କଲିକତା ଯୁବ ଯାଦବ ସଂଘ ସଭାପତି ହରେକୃଷ୍ଣ ପଲଶଇ ଧନ୍ୟବାଦାର୍ପଣ କରିଥିଲେ। ସଂପାଦକ ରବିନାରାୟଣ ଖିଲାର, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଉପସଭାପତି ନାଟ୍ୟଶ୍ରୀ ନିର୍ମଳ ରାଉତ ଓ ଡ. ରମାକାନ୍ତ ନାୟକ ସଭାପରିଚାଳନା କରଥିଲେ। କବୟତ୍ରୀ ମନୋରମା ରାୟ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଓ ରଶ୍ମିତା ସଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.