Home ଜିଲ୍ଲା ପରିକ୍ରମା ଟ୍ରଲର-ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ, ଦୀର୍ଘସମୟ ଗାଡି ଚଳାଚଳ ଠପ୍‌

ଟ୍ରଲର-ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ, ଦୀର୍ଘସମୟ ଗାଡି ଚଳାଚଳ ଠପ୍‌

38

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପରିସରଭୁକ୍ତ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପର ଏସ୍‌ବିଡି ସ୍କୁଲର କିଛି ଦୂରରେ ଅପରାହ୍ନ ୪.୩୦ ରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୋଟର ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଦୁଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତେବେ ଦୁର୍ଘଟଣାଟି ଏଭଳି ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜନସାଧାରଣଙ୍କ ନାହିଁ ନଥିବା ଭିଡ ଜମି ରହିଥିଲା। ଦୀର୍ଘ ଅଢେଇ ଘଣ୍ଟା ଧରି ଜାତୀୟ ରାଜପଥ ଓ ସର୍ଭିସ୍ ରୋଡ୍‌ରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇନ୍ସିପେକ୍ଟର ମୃତ୍ୟୁଞ୍ଜୟ ପ୍ରଧାନ, ପୁରୁଣାବଜାର ଥାନା ଇନ୍ସିପେକ୍ଟର ଆଲୋକ ଜେନା ଓ ସିଡି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖଙ୍କ ସହ ଅନ୍ୟ ପୁଲିସ୍ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ସହ ଟ୍ରାଫିକ୍ ନିୟନ୍ତ୍ରଣରେ ଲାଗିପଡିଥିଲେ। ମୃତ ମୋଟର ବାଇକ୍ ଆରୋହୀ ଜଣଙ୍କ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ଚାପି ହୋଇ ରହିଥିବାରୁ ତାଙ୍କୁ କାଢିବା ପାଇଁ ଦୀର୍ଘସମୟ ଲାଗିଥିଲା। ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁଲିସ୍‌କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା। କଟକ ଅଭିମୁଖେ ଯାଉଥିବା ଦୁଇଟି ହାଇୱା (ରେ. ନଂ ଓଡି୦୪-ଏଫ-୦୧୩୨ ଓ ଏନଏଲ୦୧କେ-୦୯୨୯) ପରସ୍ପରକୁ ଧକ୍କା ଲାଗି ବାମପାର୍ଶ୍ୱରେ ଯାଉଥିବା ଜଣେ ବାଇକ୍ ଆରୋହୀ (ବାଇକ୍ ନଂ ଓଡି-୧୧ଏମ-୭୩୭୦) ଙ୍କୁ ଗୋଟିଏ ଟ୍ରକ୍ ଧକ୍କା ଦେବାଫଳରେ ରାସ୍ତା ପାଶ୍ୱର୍ରେ ଥିବା ସାଇଡ୍ ୱାଲରେ ଚାପି ହୋଇଯାଇଥିଲେ। ଫଳରେ ଆରୋହୀ ଜଣକ ଓ ମୋଟରସାଇକେଲ୍‌ଟି ଟ୍ରକ୍ ତଳେ ଚାପି ହୋଇ ଛିନ୍ନଭିନ୍ନ ଅବସ୍ଥାରେ ପଡିରହିଥିଲେ। ମୃତକଙ୍କ ନଷ୍ଟଭ୍ରଷ୍ଟ ଶରୀରକୁ ପୁଲିସ୍ ଓ ଅଗ୍ନିଶମ ବାହିନୀ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଉଦ୍ଧାର କରାଯାଇଥିଲା। ପରେ ପୁଲିସ୍ ସାହାଯ୍ୟରେ ମର ଶରୀରକୁ ପୁଲିସ୍ ହେପାଜତରେ ଭଦ୍ରକ ହସ୍‌ପିଟାଲକୁ ପୋଷ୍ଟମଟମ୍ ପାଇଁ ପଠାଯାଇଛି। ତେବେ ଦୁର୍ଘଟଣାରେ ମୃତ ଆରୋହୀ ବାଇକ୍‌ଙ୍କ ପରିଚୟ ସନ୍ଧ୍ୟା ୭.୩୦ ସୁଦ୍ଧା ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.