Home ଜିଲ୍ଲା ପରିକ୍ରମା ଜାନୁଆରୀ ୩୦ ସୁଦ୍ଧା ଥାନାରେ ଜିମାଦେବେ ୬୩୧ ବନ୍ଧୁକ

ଜାନୁଆରୀ ୩୦ ସୁଦ୍ଧା ଥାନାରେ ଜିମାଦେବେ ୬୩୧ ବନ୍ଧୁକ

62

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ କମିଶନରଙ୍କର ଆଦେଶ ନଥିଲେ ମଧ୍ୟ ଜିଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ମୁଣ୍ଡାଇ ଥିବା ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ନିଷ୍ପତ୍ତିରେ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀମାନେ ଜାନୁଆରୀ ୩୦ ତାରିଖ ସୁଦ୍ଧା ନିଜ ବନ୍ଧୁକ ନିଜ ନିଜ ଥାନାରେ ଜିମା ଦେବେ । ବିଧାନସଭା ନିର୍ବାଚନରେ ଏହି ନିୟମ ଓ ବ୍ୟବସ୍ଥା ଲାଗୁ ହୁଏ । ପଂଚାୟତ ନିର୍ବାଚନରେ ଏହି ନିୟମ ଓ ବ୍ୟବସ୍ଥା କେବେ ହୋଇନାହିଁ । ତଥାପି ୨୦୧୭ ପଂଚାୟତ ନିର୍ବାଚନ ଠାରୁ ଏହା ଲାଗୁ ଆରମ୍ଭ ହୋଇଛି । ତେଣୁ ୨୦୨୨ ପଂଚାୟତ ନିର୍ବାଚନରେ ବିଶୃଙ୍ଖଳା ଓ ଗୁଣ୍ଡା ଗର୍ଦ୍ଦି ସହ ଅଘଟଣକୁ ରୋକିବା ପାଇଁ ପୁଲିସ୍ ଓ ପ୍ରଶାସନ ଏହି ବନ୍ଧୁକ ଗୁଡିକୁ ଲାଇସେନ୍ସପ୍ରାପ୍ତ ଲୋକମାନଙ୍କ ପାଖରେ ନିର୍ବାଚନ ସମୟରେ ରଖିବାକୁ ଉପଯୁକ୍ତ ମଣିନାହାଁନ୍ତି । ତେଣୁ ୬୩୧ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ୧୬ଟି ଥାନାରେ ଜିମା ଦେବାକୁ ନୋଟିସ୍ ଜାରି ଆରମ୍ଭ ହୋଇଛି । ତିହିଡି ଥାନାରେ ୨୦୨୧ ଡିସେମ୍ବର ସୁଧା ୮୨ ଗୋଟି ବନ୍ଧୁକ ଲାଇସେନ୍ସ ଦିଆହୋଇଛି । ସେହିପରି ଚାନ୍ଦବାଲି ଥାନାରେ ୨୯ ଗୋଟି, ବାଂଶଡା ଥାନା ଅଧୀନରେ ୬୬, ବାସୁଦେବପୁର ଥାନା ଅଧୀନରେ ୯୧, ଭଣ୍ଡାରିପୋଖାରୀ ଥାନା ୩୫, ଧାମନଗର ଥାନା ୫୮, ପୁରୁଣାବଜାର ଥାନା ୩୫, ଆଗରପଡା ଥାନା ୨୪, ନାୟକାଣୀଡିହି ଥାନା ୨୭, ଧୁଷୁରୀ ଥାନା ୪୨, ବନ୍ତ ଥାନା ୩୧, ଭଦ୍ରକ ଟାଉନ୍ ଥାନା ୧୦୭, ଭଦ୍ରକ ଗ୍ରାମାଞ୍ଚଳ ଥାନା ୯୮, ଧାମରା ମେରାଇନ୍ ଥାନା ୩ ଓ ଧାମରା ଥାନା ଅଧୀନରେ ୪ ଗୋଟିକୁ ମିଶାଇ ମୋଟ ୬୩୧ ଗୋଟି ବନ୍ଧୁକ ରହିଛି ।

ଜାନୁଆରୀ ୩୦ ତାରଖ ସୁଦ୍ଧା ୧୬ଟି ଥାନାରେ ଏହି ବନ୍ଧୁକ ଓ ଗୁଳି ଲାଇସେନ୍ସ ସହ ଜମା ଦେବେ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଅର୍ଥାତ୍ ମାର୍ଚ୍ଚ ୨ ତାରିଖ ପରେ ଏହି ବନ୍ଧୁକ ଗୁଡିକ ଲାଇସେନ୍ସଧାରୀ ନିଜ ନିଜ ଥାନାବାବୁଙ୍କ ଠାରୁ ଉପଯୁକ୍ତ ପ୍ରମାଣ ଦେଇ ପୁଣି ନେବାକୁ ସକ୍ଷମ ହେବେ । ସେହିଭଳି ବିନା ଲାଇସେନ୍ସରେ କେତେ ବନ୍ଧୁକ କାହା ପାଖରେ ରହିଛି, ତାହାର ଖୋଜ୍ ଖବର ନେବାପାଇଁ ଏକ ସ୍ୱତନନ୍ର ଟିମ୍ ମଧ୍ୟ ୩ ଜଣ ଥାନାଧିକାରୀଙ୍କ ଜରିଆରେ ଗୁଇନ୍ଦା ରିପୋର୍ଟ ଭଳି ତଥ୍ୟ ସଂଗ୍ରହ ଚାଲିଛି । ଏହାସହ ବିଭିନ୍ନ ଗୁଣ୍ଡାଗର୍ଦ୍ଦି କରୁଥିବା ଲୋକଙ୍କ ନାମରେ ୧୦୭ ମୋକଦ୍ଦମା ଦେବା ଆରମ୍ଭ ହୋଇଛି । ଜାନୁଆରୀ ୨୨ ତାରିଖ ସୁଦ୍ଧା ପ୍ରତି ଥାନାରେ ୫୦୦ ରୁ ୭୦୦ ଲୋକଙ୍କ ନାମରେ ୧୦୭ ମୋକଦ୍ଦମା ଦେବା ପାଇଁ ତହସିଲଦାର ଓ ପୁଲିସ୍ ମଧ୍ୟରେ ଆଲୋଚନା ବି ସରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.