Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥରେ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌-କାର୍‌, ଅଳ୍ପକେ ବର୍ତ୍ତିଳେ ଚାଳକ

ଜାତୀୟ ରାଜପଥରେ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌-କାର୍‌, ଅଳ୍ପକେ ବର୍ତ୍ତିଳେ ଚାଳକ

27

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାଣୀତାଲ ଛକ ଜାତୀୟ ରାଜପଥରେ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇ ଜଳିଯାଇଥିବାର ଦେଖାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକର ରାଣୀତାଲ ଛକ ୧୬ନଂ ଜାତୀୟ ରାଜପଥରେ ଦୁଇ ପାଶ୍ୱର୍ରୁ ଆସୁଥିବା ଏକ ଟ୍ରକ୍ ଓ କାର୍ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଉକ୍ତ କାର୍‌-ଟ୍ରକ୍‌ରେ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଗାଡିରେ ଥିବା ବ୍ୟକ୍ତିମାନଙ୍କର କାହାରି କିଛି କ୍ଷତି ହୋଇନଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଉଭୟ ଗାଡିର ଚାଳକ । ପରେ ଦମକଳ ବାହିନୀ ପକ୍ଷରୁ ଟ୍ରକ୍ ଓ କାର୍‌ରେ ଲାଗିଥିବା ଏହି ନିଆଁକୁ ଲିଭାଯାଇଥିଲା । କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.