Home କଳାହାଣ୍ଡି ଜାତିସଂଘ ସ୍ୱୀକୃତ ୱାର୍ଲ୍ଡ ଲିଟରେଚର ଫୋରମ ଇଂଟରନେସନାଲ ପିସ ଆମ୍ବାସାଡର ମନୋନୀତ

ଜାତିସଂଘ ସ୍ୱୀକୃତ ୱାର୍ଲ୍ଡ ଲିଟରେଚର ଫୋରମ ଇଂଟରନେସନାଲ ପିସ ଆମ୍ବାସାଡର ମନୋନୀତ

26

କଳାହାଣ୍ଡି ତା.୦୮.୦୨.୨୦୨୧ ( ଓଡିଆପୁଅ) ଓଡିଶାର ପ୍ରଥମ କବି ଭାବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସହରର ଭବାନୀ ନିଆଲ ୯୫୨)  ଙ୍କୁ ଇଂଟରନେସନାଲ ଆମ୍ବାସାଡର ଅଫ ପିସ ସମ୍ମାନରେ ସମ୍ମାନୀତ କରାଯାଇଛି ।  ମିଳିତ ଜାତିସଂଘ ସ୍ୱୀକୃତପ୍ରାପ୍ତ ୱାର୍ଲ୍ଡ ଲିଟରେଚର ଫୋରମ ଫର ପିସ ଆଣ୍ଡ ହ୍ୟୂମାନ ରାଇଟ୍ସ ପକ୍ଷରୁ ନିକଟରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱରେ ସାମାଜିକ, ରାଜନୈତିକ, ଅର୍ଥନୈତିକ,ସହିଷ୍ଣୁତା, ଶିକ୍ଷା, ଭାତୃଭା, ତଥା ଶାନ୍ତି ସ୍ଥାପନ ପାଇଁ ଏହି ସମ୍ମାନ ଦିଆଯାଇ ଆସୁଥିବା ପ୍ରକାଶ । ଚଳିତ ବର୍ଷ ଭବାନୀ ନିଆଲଙ୍ଲ ଲକଡାଉନ ପାଇଁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ସାହିତ୍ୟ ପତ୍ରିକା ମହୁରୀର ସଂପାଦକ ଭାବେ ଦାୟୀତ୍ୱ ତୁଳାଉଥିବା ଭବାନୀ ନିଆଲ କ୍ରମାଗତ ଭାବେ ହିନ୍ଦୀ ଓ ଓଡିଆ କବିତାରେ ନିଜ ସ୍ଥିତି ଜାହିର କରିପାରିଛନ୍ତି । ଏହି କବିତା ଲକଡାଉନ ନିକଟ ଅତୀତରେ ଇଟାଲୀ ଭାଷାରେ ଅନୁଦିତ ହେବା ପରେ ସମଗ୍ର ୟୁରøାପରେ ଆଲୋଡନ ସୃଷ୍ଟି କରିଥିଲା । ଭବାନୀଙ୍କ ଏହି ସଫଳତାରେ ଦେଶ ବିଦେଶରୁ ଶୁଭେଚ୍ଛାର ବାର୍ତା ଆସିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.