Home ଜିଲ୍ଲା ପରିକ୍ରମା ଜାଗୁଳା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକୋତ୍ସବ

ଜାଗୁଳା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକୋତ୍ସବ

13

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ୧୧ତମ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ଧାମରା ୫ନଂ ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ବୃନ୍ଦ ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହି ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧାମରାଇ ହାସ୍କୁଲର ପ୍ରଧାନ ଶିକ୍ଷକ ଟୁନା ମହାଳିକ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବ୍ଲକ ବିଞାନ ସଂଯୋଜକ ଅମୁଲ୍ୟ ରାଉତ ମହୋଦୟ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ସିଆରସିସି ନବକିଶୋର ସେଠୀ ଯୋଗ ଦେଇ ଶିଶୁ ମାନଙ୍କ ଗଠନରେ ମା ମାନଙ୍କର କର୍ତବ୍ୟ ଉପରେ ନିଜର ବକ୍ତବ୍ୟ ରଖିବା ସହ ମା ମାନେ କିପରି କର୍ତବ୍ୟ ନିଷ୍ଠ ହେଲେ ଆଜିର ଛୁଆ ମାନେ ସଂସ୍କାରିତ ହେବେ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବିଦ୍ୟାଳୟ ରବି ଗୁରୁଜୀ କିପରି ତୃଣ ମୂଳ ସ୍ତରରୁ ଏହି ଶିକ୍ଷାନୁଷ୍ଠାନ ଗଢିବା ସହ ଏହି ଅଂଚଳରେ ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀରେ ବିକାଶ କରିବାରେ ଚେଷ୍ଟା କରିଆସୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜାଗୁଳା ପଂଚାୟତର ସରପଂଚ ସୁରେଶ କୁମାର ସେଠୀ, ପାଇକସାହି ସିଆରସିସି ରଣିଜିତ ଜେନା, ଜାଗୁଳା ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ମିଶ୍ର, ଯୁବ ସମାଜସେବୀ ତ୍ରିଦିବେଶ ପ୍ରଧାନ, ପ୍ରକୃତି ବନ୍ଧୁ ଶରତ କୁମାର ଦଳେଇ, ମା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭାକାର୍ଯ୍ୟ ମଧ୍ୟରେ ବିଭିନ୍ନ ବିଭାଗରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗରେ କୃତକାର୍ଯ୍ୟ ହୋଇଥିବା ରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ରବି ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର କୁନୀ କୁନୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଂପାଦନା ଏବଂ ପରିଚାଳନାରେ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.