Home ଜିଲ୍ଲା ପରିକ୍ରମା ଜମ୍ମୁକାଶ୍ମୀରରେ ଆତ୍ମଘାତୀ ଆତଙ୍କୀ ଆକ୍ରମଣର ପାଲଟା ଜବାବ ଦେଇଥିବା ଭରତୀୟ ବାୟୁସେନାଙ୍କୁ ବଧେଇ ଜଣାଇ ମାଲକାନଗିରିରେ...

ଜମ୍ମୁକାଶ୍ମୀରରେ ଆତ୍ମଘାତୀ ଆତଙ୍କୀ ଆକ୍ରମଣର ପାଲଟା ଜବାବ ଦେଇଥିବା ଭରତୀୟ ବାୟୁସେନାଙ୍କୁ ବଧେଇ ଜଣାଇ ମାଲକାନଗିରିରେ ବାଇକ ଶୋଭାଯାତ୍ରା

1965

ମାଲକାନଗିରି, ୨୮ା୨ (ଓଡିଆ ପୁଅ ) ଗତ ୧୪ତାରିଖ ଦିନ ଜମ୍ମୁକାଶ୍ମୀର ପୁଲଓ୍ୟାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସିଆରପିଏଫ ଯବାନ ସହିଦ ହୋଇଥିଲେ। ପୁଲଓ୍ୟାମ ଆତଙ୍କବାଦି ଆକ୍ରମଣର ପ୍ରତିଶୋଧ ସ୍ୱରପ ମଙ୍ଗଳବାର ଭୋର ସମୟରେ ଭାରତୀୟ ବିମାନ ବାହିନୀର ପାକିସ୍ଥାନ ଜୈସଆଡ୍ଡା ଧ୍ୱଂସ ଘଟଣାରେ ଅତ୍ୟନ୍ତ ଖୁସିହୋଇ ଭାରତୀୟ ସେନାଙ୍କୁ ଧନ୍ୟବାଦ ସହ ସ୍ୱାଗତ ଜଣାଇ ସେମାନଙ୍କ ମନୋବଳକୁ ସୃଦୃଢ କରିବା ପାଇଁ ମାଲକାନଗିରି ଯୁବସଂଗଠନ, ଉଇକ୍ୟାନ ସଂସ୍ଥା ପକ୍ଷରୁ ଏକ ବିରାଟ ବାଇକ ଶୋଭା ଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଶତାଧିକ ଯୁବଗୋଷ୍ଟି ହାତରେ ଜାତୀୟପତାକା ଧରି ପାକିସ୍ଥାନ ମୁର୍ଦାବାଦ, ଭରତ ଜିନ୍ଦାବାଦ, ଜୟ ହୀନ୍ଦ, ସହିଦ ଯବାନ ଅମରରହେ, ପାକିସ୍ଥାନକୁ କେବେ ବି କ୍ଷମା ଦିଆଯିବ ନାହିଁ ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ୫ କିମି ଦୂର ପୁଣି ବସ ଷ୍ଟାଣ୍ଡଠାରେ ପହଁଚିବାପରେ ସହିଦ ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସ୍ମୃତି ଉଦେଶ୍ୟରେ ଦୁଇ ମିନଟ ନିରବ ପ୍ରାର୍ଥନା କରି ଆତଙ୍କବାଦୀଙ୍କ କାର୍ଯ୍ୟକୁ ଘୋର ନିନ୍ଦା କରିଥିଲେ। ଅନୁରୁପ ମାଲକାନଗିରି ସହରରେ ଅଖିଳ ଭାରତକୀୟ ବିଦ୍ୟାର୍ଥୀପରିଷଦ ପକ୍ଷରୁ ମଧ୍ୟ ପାକିସ୍ଥାନରୁ ନିନ୍ଦାକରି ଭାରତୀୟ ସେନାଙ୍କୁ ଧନ୍ୟବାଦ ଜଣାଇ ଗତ କାଲି ରାତ୍ରରେ ଜାତୀୟ ପତାକା ଉଡାଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.