Home କେନ୍ଦୁଝର ଜମ୍ଭରା-ମଥୁରାପୁର ବୈତରଣୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ, ବାଲି ଉତ୍ତୋଳନ ବନ୍ଦ ପାଇଁ ଦାବି

ଜମ୍ଭରା-ମଥୁରାପୁର ବୈତରଣୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ, ବାଲି ଉତ୍ତୋଳନ ବନ୍ଦ ପାଇଁ ଦାବି

31

ହାଟଡ଼ିହି, ୩ / ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ଦୀର୍ଘଦିନର ଦାବିପରେ ପ୍ରଶାସନ ପକ୍ଷରୁ ଜମ୍ଭରା ମଥୁରାପୁର ବୈତରଣୀ ପୋଲର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ମାତ୍ର ୭ବର୍ଷ ପୁର୍ବେ ଏହି ସେତୁବନ୍ଧ ନିର୍ମାଣ ହୋଇଥିବାବେଳେ ଏହା ଉପରେ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ଲୋକ ନିର୍ଭର କରିଆସୁଥିଲେ । ୨୪/୧୦/୨୦୧୧ରେ ଏହି ବୈତରଣୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୭/୧୧/୨୦୦୧୩ରେ ଏହା ସମାପ୍ତ ହୋଇ ଲୋକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଯାହାଫଳରେ ତିନୋଟି ିଯାକ ଜିଲ୍ଲାର ଲୋକମାନଙ୍କ ମନରେ ଆଣିଦେଇଥିଲା ଅହେତୁକ ଆନନ୍ଦ । କିନ୍ତୁ ସେତୁବନ୍ଧର ଉଭୟ ପାଶ୍ୱର୍ରୁ ବାଲି ଖନନ ଓ ଭାରିଯାନ ଚଳାଚଳ ଯୋଗୁଁ ପୋଲଟିର ଦୁଇଟି ପାହ୍ୟା ଦବିଯାଇଥିଲା । ସେତୁବନ୍ଧ ଦବିଯାଇଥିବା ସ୍ଥାନରେ ହିଡସଦୃଷ ହୋଇ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଅନେକ ଧନଜୀବନ ହାନୀ ଘଟୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଦ୍ୱାରା ବହୁ ଦାବି ପରେ ଓ ବିଭିନ୍ନ ଗଣମାଧ୍ୟମରେ ଏସମ୍ପର୍କରେ ବିସ୍ତୃତ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଇବାସହ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ପୁନର୍ବାର ଏହି ବେତରଣୀ ସେତୁ ନିକଟରୁ ବାଲି ଉତ୍ତୋଳନ ବନ୍ଦ କରାଯିବା ସହିତ ଭାରିଯାନ ଚଳାଚଳ ବନ୍ଦ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.