Home କେନ୍ଦୁଝର ଜମିବାଡି ମାପବେଳେ ପୁଲିସ ଉପସ୍ଥିତିରେ ହାତାହାତି

ଜମିବାଡି ମାପବେଳେ ପୁଲିସ ଉପସ୍ଥିତିରେ ହାତାହାତି

65

ହାଟଡିହି-୨୪ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡଅଁର ଗ୍ରାମରେ ଏକ ଜମିବାଡି ମାପଚୁପ ବେଳେ ପୁଲିସ ଉପସ୍ଥିତିରେ ଦୁଇପକ୍ଷଙ୍କ ମଧ୍ୟରେ ହାତାହାତି ହୋଇ ୫ଜଣ ଆହତ ହୋଇଥିବା ନେଇ ନନ୍ଦିିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଡଅଁର ଗ୍ରାମର ରଞ୍ଜନ ଜେନାଙ୍କ ଜମିକୁ ନେଇ ପଡୋଶୀଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ପୁଲିସ ଉପସ୍ଥିତିରେ ତହସିଲ କର୍ତ୍ତୁପକ୍ଷଙ୍କ ଦ୍ୱାରା ମାପଚୁପ କରାଯାଉଥିଲା । ଏହିମାପଚୁପ ବେଳେ ଖୁଣ୍ଟ ପୋତିବାକୁ ନେଇ ପଡୋଶୀ ଚନ୍ଦନ ଜେନା ରଞ୍ଜନକୁ ଗାଳିଗୁଲଜ କରିଥିଲା । ଏହାର ପ୍ରତିବାଦ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହେବାସହ ଚିନ୍ତାଜେନା, ପାଣୁଆ ଜେନା, ବାବୁଲି ଜେନା, ଟେରୁ ଜେନା, ପାଗଳ ଜେନା ଓ ଚାନ୍ଦିଆ ଜେନା ପ୍ରମୁଖ ରଞ୍ଜନକୁ ମାଡମାରି ତଳେ ପକାଇଦେବା ସହ ରଞ୍ଜନଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ପୁଲିସ ଉପସ୍ଥିତିରେ ଏପରି ଆକ୍ରମଣ ହୋଇଥିଲେ ମଧ୍ୟ ପୁଲିସ ନୀରବଦ୍ରଷ୍ଟା ସାଜିଥିଲା । ଏନେଇ ରଞ୍ଜନ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଆହତ ରଞ୍ଜନଙ୍କୁ ଚିକିତ୍ସାପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ଚାନ୍ଦିଆ ଜେନାଙ୍କ ପରିବାର ପକ୍ଷରୁ ପାଲଟା ଅଭିଯୋଗ ପରେ ପୁଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.