Home କେନ୍ଦୁଝର ଜମିବାଡି ବିବାଦକୁ ନେଇ ଆକ୍ରମଣ, ମା ଓ ଶିଶୁପୁତ୍ର ଆହତ

ଜମିବାଡି ବିବାଦକୁ ନେଇ ଆକ୍ରମଣ, ମା ଓ ଶିଶୁପୁତ୍ର ଆହତ

38

ହାଟଡିହି-୨୪ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଦାଶରଥିପୁର ଗ୍ରାମରେ ଜମିବାଡି ବିବାଦକୁ ନେଇ ଆକ୍ରମଣ ହେବାରୁ ମା ଓ ଶିଶୁପୁତ୍ର ଆହତ ହୋଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମୁକ୍ତିକାନ୍ତ ନାୟକଙ୍କ ସହିତ ସେହି ଗ୍ରାମର କାଳନ୍ଦୀ ନାୟକ ଓ ଅଲେଖ ନାୟକଙ୍କ ପରିବାର ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଏହିଜମିବାଡିର ମାପଚୁପ ପାଇଁ ଭଦ୍ରଲୋକଙ୍କ ଉପସ୍ଥିତିରେ ଆଲୋଚନା ହେଉଥିବା ସମୟରେ କାଳନ୍ଦୀ ଓ ଅଲେଖ ଭଦ୍ରଲୋକ ମାନଙ୍କୁ ଗାଳିଗୁଲଜ କରି ବିବାଦୀୟ ଜମିଉପରେ ଯୋର ଜବରଦସ୍ତ ଘର କରିବାକୁ କହିଥିଲେ । ଏନେଇ ମୁକ୍ତିକାନ୍ତଙ୍କ ସ୍ତ୍ରୀ ମଞ୍ଜୁଲତା ପ୍ରତିବାଦ କରିବାରୁ ତାକୁ ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରିବା ସହିତ ମାଡ ମାରିଥିଲେ । ଏପରିକି ତାର ୮ବର୍ଷର ଶିଶୁପୁତ୍ରକୁ ମଧ୍ୟ ମାଡ ମାରିବାକୁ ପଛେଇ ନଥିଲେ । ଏହି ଆକ୍ରମଣରେ ମା ଓ ପୁଅ ଦୁହେଁ ଆହତ ହୋଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.