Home କେନ୍ଦୁଝର ଜମିବାଡି ବିବାଦକୁ ନେଇ ଶୁଣୁନି ପୁଲିସ ଓ ପ୍ରଶାସନ

ଜମିବାଡି ବିବାଦକୁ ନେଇ ଶୁଣୁନି ପୁଲିସ ଓ ପ୍ରଶାସନ

67

ହାଟଡିହି, ୨୮ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ମଉଦା ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ବିବାଦ ଲାଗି ରହିଥିବାବେଳେ ଏନେଇ ପୁଲିସ ଓ ତହସିଲରେ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ କି ପ୍ରଶାସନ ଏଥିପ୍ରତି କର୍ଣ୍ଣ ପାତ କରୁନଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ମାଧ ଯେନାଙ୍କ ଅଭିଯୋଗ ଅନୁଯାଇ ପଡୋଶୀ ପୁର୍ଣ୍ଣଚନ୍ଦ୍ର ଯେନାଙ୍କ ମଧ୍ୟରେ ପୁର୍ବରୁ ଜମିବାଡି ବିବାଦ ଲାଗି ରହିଥିଲା । ଏନେଇ ପୁର୍ବରୁ ପୁଲିସ ଓ ପଞ୍ଚାୟତ ମାଧ୍ୟମରେ ଏହାର ସମାଧାନ କରାଯାଇଥିଲା । କିନ୍ତୁ ପୁର୍ଣ୍ଣଚନ୍ଦ୍ର ଏହି ସମାଧାନକୁ ବେଖାତିର କରି ପୁନର୍ବାର ମାଧ ଯେନାଙ୍କ ଜମିରେ ବାଡବୁଜିବାରୁ ଉଭୟ ପରିବାର ମଧ୍ୟରେ ଝଗଡା ହେବାସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପୁର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ମାଧଙ୍କ ପରିବାର ଲୋକଙ୍କୁ ପିଟାମରା କରିବା ସହିତ ଜୀବନରେ ମାରିଦେବାକୁ ଧମକ ମଧ୍ୟ ହେଉଥିବା ନେଇ ମାଧ ଯେନା ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଗତ ୨୨ତାରିଖରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିବାବେଳେ ତହସିଲରେ ଏହି ଜମିର ଚିହ୍ନଟ ପାଇଁ ଆବେଦନ କରିଥିଲେବି ତହସିଲ କର୍ତ୍ତୁପକ୍ଷ ଆଜି ପର୍ଯ୍ୟନ୍ତ ତାଙ୍କ ଜମି ଚିହ୍ନଟ କରାଉ ନାହାନ୍ତି । ଯାହାକୁ ନେଇ ଦୁଇପରିବାର ଭିତରେ ଦିନକୁ ଦିନ ଉତ୍ତେଜନା ଲାଗିରହୁଛି । ଏଣୁ ପୁଲିସ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ମାଧ ଓ ତାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି । ନଚେତ ବାଧ୍ୟହୋଇ ସପରିବାର ସହିତ ତହସିଲ ସମ୍ମୁଖରେ ଅନସନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.