Home କେନ୍ଦୁଝର ଇ ଶ୍ରମ କାର୍ଡ ନାମରେ ଆଦାୟ ହେଉଛି ଟଙ୍କା,

ଇ ଶ୍ରମ କାର୍ଡ ନାମରେ ଆଦାୟ ହେଉଛି ଟଙ୍କା,

159

ହାଟଡିହି, ୨୮ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତ ଅଗଷ୍ଟ ମାସ ୨୬ତାରିଖରେ କେନ୍ଦ୍ର ଶମ ମନ୍ତ୍ରୀଙ୍କ ଦ୍ୱାରା ଇ ଶ୍ରମ କାର୍ଡ ପୋର୍ଟାଲ ଉନ୍ମୋଚନ ହେବାପରେ ଏବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଗହଳି । କେନ୍ଦ୍ର ସରକାରଙ୍କ ଯୋଜନାର ଏକ ଅଂଶ କୁଯାଯାଉଥିବା ଏହି ଇ-ଶ୍ରମ କାର୍ଡ ଦ୍ୱାରା ହିତାଧିକାରୀମାନେ କଣ କଣ ସୁବିଧା ସୁଯୋଗ ପାଇବେ ସେନେଇ କାହା ପାଖରେ କିଛି ତଥ୍ୟ ନଥିଲେବି ସମସ୍ତେ ଏବେ ଏହି ଇ-ଶ୍ରମ କାର୍ଡ ପାଇଁ ପାଗଳ । ଏଥିପାଇଁ ବିଭିନ୍ନ ଜନସେବା କେନ୍ଦ୍ର ଓ ସାଇବର କାଫେ ଓ କମ୍ପ୍ୟୁଟର ଦୋକାନ ଗୁଡିକରେ ପ୍ରବଳ ଭିଡ ଜମୁଛି । ଏଥିପାଇଁ ଲୋକମାନଙ୍କ ଠାରୁ କିଏ ଶହେଟଙ୍କା ତ ଆଉ କିଏ ଦେଢ଼ ଶହଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ଏହି କାର୍ଡ ଆବେଦନ ପାଇଁ ÷ଆଧାରକାର୍ଡକୁ ମାପଦଣ୍ଡ ଭାବେ ବ୍ୟବହାର କରାଯାଉଥିବାବେଳେ ଆଧାରକେନ୍ଦ୍ର ଗୁଡିକରେ ମଧ୍ୟ ଲମ୍ବା ଲାଇନ ଲାଗୁଛି । ଏପରିକି କିଛି ଯୁବକ ଗାଁ ଗାଁ ବୁଲି ଏହି କାର୍ଡ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଅଧିକ ଅର୍ଥବି ଦାବି କରୁଛନ୍ତି । କିନ୍ତୁ ଏହି ଇ-ଶ୍ରମ କାର୍ଡ ଦ୍ୱାରା ଲୋକମାନେ କି କି ଉପକାର ପାଇପାରିବେ ସେନେଇ କାହା ପାଖରେ କିଛି ବି ସୁଚନା ନାହିଁ । ଯେଉଁ ଆଧାରକେନ୍ଦ୍ର, ଜନସେବା କେନ୍ଦ୍ର ଓ ସାଇବର କାଫେ ଗୁଡିକ ଏହି ଇଶ୍ରମ କାର୍ଡରେ ନାମ ପଞ୍ଜିକୃତ କରି କାର୍ଡ ବାହାର କରୁଛନ୍ତି ସେମାନଙ୍କ ପାଖରେ ଏହି କାର୍ଡର ଉପକାରିତା କଣ, ଏହା କେଉଁ କାମରେ ଲାଗିବ ସେନେଇ କୌଣସି ସଠିକ ସୁଚନା ଦେଇପାରୁ ନାହାନ୍ତି । କିଏ ଏହି କାର୍ଡ ଦ୍ୱାରା ପଇସା ଆସିବ କହୁଛନ୍ତି ତ ଆଉ କିଏ ବୀମା ହେବ ବୋଲି କହୁଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସୁର୍ଯ୍ୟନାରାୟଣ ମାଳିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା କେନ୍ଦ୍ରର କିଛି ଯୋଜନା ହୋଇଥାଇପାରେ । କିନ୍ତୁ ଆମ ପାଖରେ ଏ ସମ୍ପର୍କରେ କିଛିବି ସୁଚନା ନାହିଁ । ଆମକୁ କିଛି ସୁଚନା ମଧ୍ୟ ମିଳିନି, ତେଣୁ ଇ-ଶ୍ରମ କାର୍ଡର ଉପକାରିତା ଆମେ କିପରି ଜାଣିବୁ ବୋଲି କହିଛନ୍ତି । ଯଦି କାହା ପାଖରେ ଏପରି କିଛି ଖବର ନାହିଁ ତେେବେ ଏହି ଇ-ଶ୍ରମ କାର୍ଡ ପ୍ରସ୍ତୁତିକୁ ବନ୍ଦ କରାଯାଉ ନାହିଁ କାହିଁକି ବୋଲି ବୁଦ୍ଧିଜିବୀ ମାନେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.