Home ଜିଲ୍ଲା ପରିକ୍ରମା ଜମିବାଡି ଗଣ୍ଡଗୋଳର ବିଷମ ପରିଣତି, ଯୁବକକୁ ପିଟି ପିଟି ହତ୍ୟା, ମା’ ଓ ଭାଉଜ ଗୁରୁତର

ଜମିବାଡି ଗଣ୍ଡଗୋଳର ବିଷମ ପରିଣତି, ଯୁବକକୁ ପିଟି ପିଟି ହତ୍ୟା, ମା’ ଓ ଭାଉଜ ଗୁରୁତର

42

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିବାଡି ଗଣ୍ଡଗୋଳ ଜନିତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ଜଣେ ଯୁବକକୁ ଅପରପକ୍ଷ ଗୋଡାଇ ଗୋଡାଇ ବାଡି ଓ ଶାବଳରେ ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ଯୁବକ ଜଣକୁ ରକ୍ଷା କରିବାକୁ ଯାଇ ତାଙ୍କ ମା’ ଓ ଭାଉଜ ମଧ୍ୟ ଗୁରୁତର ହୋଇ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ହତ୍ୟା ମାମଲା ରୁଜୁ ସହ ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଥିବାର ଜଣାପଡିଛି । ମୃତକଙ୍କ ଭାଇ ରଂଜିତଙ୍କ ଅଭିଯୋଗରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଜମୁକୁନ୍ଦପୁର ଗ୍ରାମର ବେହେରାସାହି ନିବାସୀ ସଂଜିତ ବେହେରାଙ୍କ ପରିବାର ସହ ସେହି ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ପରିବାରର ଜମିଜମା ଘଟଣାକୁ ନେଇ ପୂର୍ବରୁ ବିବାଦ ରହିଥିଲା । ଏହି ଘଟଣା ଥାନା ଠାରୁ ଆରମ୍ଭ କରି କୋର୍ଟ କଚେରୀ ପର୍ଯ୍ୟନ୍ତ ଯିବା ମଧ୍ୟରେ ଗ୍ରାମବାସୀ ଓ ପୁଲିସ୍‌ଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । ତେବେ ଆଜି ହଠାତ୍ ଲକ୍ଷ୍ମୀଧରଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ଆସି ସଂଜିତଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଶାବଳ ଓ ବାଡି ଦ୍ୱାରା ସଂଜିତଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଏଥିରେ ପ୍ରତିବାଦ କରିବାକୁ ଯାଇ ତାଙ୍କ ମା’ ରେଖାଦେବୀ ଓ ଭାଉଜ ମଧ୍ୟ ବର୍ତ୍ତିନଥିଲେ । ଗ୍ରାମବାସୀମାନେ ତିନିଜଣଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତରମାନେ ସଂଜିତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଏବେ ଗୁରୁତର ଭାବେ ଚିକିତ୍ସିତ ହେଉଥିବାବେଳେ ଖବରପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.